କନକ ବ୍ୟୁରୋ: ନିଲମ୍ୱିତ ଡିଆଇଜି ରାଜେଶ ପଣ୍ଡିତଙ୍କ ବିରୋଧରେ ଚାର୍ଜଫ୍ରେମ୍ କଲା ଗୃହ ବିଭାଗ । ଜଣେ ମହିଳା ଆଇଆଇସିଙ୍କ ଘରେ ପଶି ନିଜ ପଦର ଅପବ୍ୟବହାର କରିଛନ୍ତି । ମହିଳା ଆଇଆଇସିଙ୍କ ପ୍ରତି ଓ ତାଙ୍କ ପରିବାର ଲୋକଙ୍କ ପ୍ରତି ଅଶୋଭନୀୟ ଆଚରଣ ଆଇପିଏସ ପଣ୍ଡିତ ରାଜେଶ କରିଥିବା ନେଇ ତଥ୍ୟ ପ୍ରମାଣ ଦର୍ଶାଇଛି ଗୃହ ବିଭାଗ ।
ଏଥିସହ ୨୦୦୭ ବ୍ୟାଚର ଆଇପିଏସ ଅଫିସର ପଣ୍ଡିତ ରାଜେଶଙ୍କ ବିରୋଧରେ ଗୃହ ବିଭାଗ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରିଛି । ନୋଟିସ ଜାରିର ୩୦ ଦିନ ଭିତରେ ପକ୍ଷ ରଖିବାକୁ ନିଲମ୍ୱିତ ଡିଆଇଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଇପିଏସ ଅଫିସର ହୋଇ ଏଭଳି ସଙ୍ଗୀନ ଆଚରଣ କରିଥିବାରୁ ତାଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଓ ପ୍ରମାଣ ନେଇ ରାଜେଶ ପଣ୍ଡିତ ସନ୍ତୋଷ ଜନକ ଉତ୍ତର ଦେଇନପାରିଲେ ଭାରତୀୟ ପୋଲିସ ସେବା ନିୟମ ଅନୁସାରେ କାର୍ୟ୍ୟାନୁଷ୍ଠାନ ନିଆଯିବ। ରାଜେଶ ଜୁଲାଇ ୨୭ତାରିଖ ରାତିରେ ଇଓଡବ୍ଲ୍ୟୁରେ କାର୍ୟ୍ୟରତ ଜଣେ ମହିଳା ଇନ୍ସପେକ୍ଟରଙ୍କ ଭୁବନେଶ୍ୱର ୟୁନିଟ୍-୧ ନମ୍ବରସ୍ଥିତ ସରକାରୀ କ୍ୱାର୍ଟର୍ସକୁ ଯାଇଥିଲେ। ସେଠାରେ ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ରାଜେଶ ପଣ୍ଡିତ ନିଲମ୍ବିତ ହୋଇଥିଲେ ।
ନିଲମ୍ୱିତ ଡିଆଇଜି ରାଜେଶ ପଣ୍ଡିତଙ୍କ ବିରୋଧରେ ଚାର୍ଜଫ୍ରେମ୍
ଚାର୍ଜଫ୍ରେମ୍ କଲା ଗୃହ ବିଭାଗ ।
ଜଣେ ମହିଳା ଆଇଆଇସିଙ୍କ ଘରେ ପଶି ଦୁର୍ବ୍ୟବହାର ଅଭିଯୋଗ ।
ଜୁଲାଇ ୨୭ ରାତିରେ ଇଓଡବ୍ଲ୍ୟୁରେ କାର୍ୟ୍ୟରତ ମହିଳା ଇନ୍ସପେକ୍ଟରଙ୍କ କ୍ୱାର୍ଟର୍ସକୁ ଯାଇଥିଲେ ।
ମହିଳା ଇନ୍ସପେକ୍ଟରଙ୍କ ଭୁବନେଶ୍ୱର ୟୁନିଟ୍-୧ ନମ୍ବରସ୍ଥିତ ସରକାରୀ କ୍ୱାର୍ଟର୍ସକୁ ଯାଇଥିଲେ ରାଜେଶ ।
ତଥ୍ୟ ପ୍ରମାଣ ଦର୍ଶାଇଲା ଗୃହ ବିଭାଗ ।
୨୦୦୭ ବ୍ୟାଚର ଆଇପିଏସ ଅଫିସର ରାଜେଶ ପଣ୍ଡିତ ।
ଗୃହ ବିଭାଗ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ।
ନୋଟିସ ଜାରିର ୩୦ ଦିନ ଭିତରେ ପକ୍ଷ ରଖିବାକୁ ନିର୍ଦ୍ଦେଶ ।
ସନ୍ତୋଷ ଜନକ ଉତ୍ତର ଦେଇନପାରିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଭାରତୀୟ ପୋଲିସ ସେବା ନିୟମ ଅନୁସାରେ ନିଆଯିବ କାର୍ଯ୍ୟାନୁଷ୍ଠାନ ।
୩୦ ଜୁଲାଇରେ ନିଲମ୍ବନ କରିଥିଲେ ରାଜ୍ୟ ସରକାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/gNErxfbls3Sd3ZrtvLLW.jpg)