ନବୀନ ସରକାରଙ୍କ ସମୟରେ ହୋଇଛି ମୋ ସ୍କୁଲ, ଝୋଟ ବ୍ୟାଗ ଦୁର୍ନୀତି ; ଭିଜିଲାନ୍ସକୁ ଗଲା ବିଜେଡି ସରକାରଙ୍କ କେଳେଙ୍କାରୀ ।

Advertisment

ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନଙ୍କ ବିରୋଧରେ ଫେରାଦ ହେଲେ ଆଇନଜୀବୀ । ମୋ ସ୍କୁଲ, ଝୋଟ ବ୍ୟାଗ ଓ ହେଲିକପ୍ଟର ଗସ୍ତରେ ହଜାର ହଜାର କୋଟି ଟଙ୍କା ଦୁର୍ନୀତି ଅଭିଯୋଗ ।

ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନଙ୍କ ବିରୋଧରେ ଫେରାଦ ହେଲେ ଆଇନଜୀବୀ । ମୋ ସ୍କୁଲ, ଝୋଟ ବ୍ୟାଗ ଓ ହେଲିକପ୍ଟର ଗସ୍ତରେ ହଜାର ହଜାର କୋଟି ଟଙ୍କା ଦୁର୍ନୀତି ଅଭିଯୋଗ ।

new

କନକ ବ୍ୟୁରୋ: ଭିଜିଲାନ୍ସକୁ ଗଲା ବିଜେଡି ସରକାର ସମୟର କେଳେଙ୍କାରୀ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନଙ୍କ ବିରୋଧରେ ଭିଜିଲାନ୍ସ ନିକଟରେ ଫେରାଦ ହୋଇଛନ୍ତି ଆଇନଜୀବୀ।  ମୋ ସ୍କୁଲ, ଝୋଟ ବ୍ୟାଗ ଓ ହେଲିକପ୍ଟର ଗସ୍ତରେ ହଜାର ହଜାର କୋଟି ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୂର୍ବତନ ଫାଇଭ-ଟି  ସଚିବ ଭିକେ ପାଣ୍ଡିଆନଙ୍କ ବିରୋଧରେ ଭିଜିଲାନ୍ସ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ଆଇନଜୀବୀ। 

ମୋ ସ୍କୁଲ, ଝୋଟ ବ୍ୟାଗ, ହେଲିକପ୍ଟର ଗସ୍ତ ଜରିଆରେ ହଜାର ହଜାର କୋଟି ଟଙ୍କା ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି। ଏହାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଦଣ୍ଡ ବିଧାନ କରିନା ପାଇଁ ଦାବି କରିଛନ୍ତି । ଭୁବନେଶ୍ୱର ଭିଜିଲାନ୍ସ ଏସପିଙ୍କୁ ଏନେଇ  ଏକ ଦାବି ପତ୍ର ଦେଇଛନ୍ତି ଆଇନଜୀବୀ ବିରଞ୍ଚି ନାରାୟଣ ରାୟ ଓ ତାଙ୍କର ସହଯୋଗୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe