କନକ ବ୍ୟୁରୋ : ପୁଣି ସଫଳ ଆଲକାରାଜ । ବିଶିଷ୍ଟ ଟେନିସ୍ ଖେଳାଳି ନୋଭାକ ଜୋକୋଭିକ୍ଙ୍କୁ କଲେ ପରାସ୍ତ । ୨୨ ବର୍ଷରେ ୩୮ ବର୍ଷୀୟ ଜୋକୋଭିକ୍ଙ୍କୁ ହରାଇ ଚହଳ ସୃଷ୍ଟି କରିଛନ୍ତି ଆଲକାରାଜ । ଗତକାଲି ରାତିରେ ୟୁଏସ୍ ଓପନ୍ର ସେମିଫାଇନାଲ ମ୍ୟାଚ ଖେଳାଯାଇଥିଲା । ସାମ୍ନାରେ ଥିଲେ ଅନୁଭବୀ ନୋଭାକ ଜୋକୋଭିକ୍ । ମାତ୍ର ୨ ଘଣ୍ଟା ୨୫ ମିନିଟ୍ର ମ୍ୟାଚରେ ବାଜି ପଲଟାଇ ଦେଲେ ଆଲକାରାଜ୍ । ଜୋକୋଭିକ୍ଙ୍କୁ ହରାଇ ସେ ପାଲଟିଲେ ବିଶ୍ବରେ ନମ୍ବର ୱାନ୍ । ଆମେରିକା ଆର୍ଥର ଷ୍ଟାଡିୟମରେ ଏହି ମୁକାବିଲା ଖେଳାଯାଇଥିଲା । ଜୋକୋଭିକ୍ଙ୍କୁ ହରାଇ, କାର୍ଲୋସ ଆଲକାରାଜ ଚଳିତ ବର୍ଷର ଅଷ୍ଟ୍ରେଲିଆ ଓପନ ଓ ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସର ପ୍ରତିଶୋଧ ନେଇଛନ୍ତି । ଦ୍ବିତୀୟ ସେଟ୍ରେ ୦-୩ ରୁ ଫେରି କାର୍ଲୋଜ ୩ ଟି ସେଟ୍ରେ ଆଗୁଆ ହୋଇଥିଲେ । ପ୍ରଥମ ସେଟ୍ରେ ୬-୪, ଦ୍ବିତୀୟ ସେଟ୍ରେ ୭-୬ ଓ ତୃତୀୟ ସେଟ୍ରେ ୬-୨ରେ ଜୋକୋଭିକ୍ଙ୍କୁ ହରାଇଥିଲେ କାର୍ଲୋସ ଆଲକାରାଜ୍ । ଜୋକୋଭିକ୍ଙ୍କୁ ହରାଇବା ପରେ ଆଲକାରାଜ ଆସନ୍ତା ରବିବାର ଫାଇନାଲ୍ରେ ଜାନିକ ସିନାରଙ୍କୁ ଭେଟିବେ । ଗୋଟିଏ ସିଜନରେ ତିନିଟି ମେଜର ଫାଇନାଲରେ ମୁହାଁମୁହିଁ ହେବାରେ ସେମାନେ ପ୍ରଥମ ପୁରୁଷ ଯୋଡ଼ି ପାଲଟିଛନ୍ତି ।
ହାର୍ ମାନିଲା ବୟସ, କାମ ଦେଲାନି ଅଭିଜ୍ଞତା
୨୨ ବର୍ଷରେ କଲେ କମାଲ
ଜୋକୋଭିକ୍ଙ୍କୁ ଧରାଶାୟୀ କଲେ କାର୍ଲୋସ
ୟୁଏସ୍ ଓପନ୍ରେ ଆଲକାରାଜ୍ଙ୍କ ଅଦ୍ଭୁତପୂର୍ବ ପ୍ରଦର୍ଶନ
ସେମିଫାଇନାଲରେ ଜୋକୋଭିକ୍ଙ୍କୁ ହରାଇଲେ
୩ ସେଟ୍ରେ କଲେ ପରାସ୍ତ
ରବିବାର ଖେଳାଯିବ ଫାଇନାଲ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/09/06/carlos-alcaraz-2025-09-06-14-59-12.jpg)