ଭୁଶୁଡିଲା କାର୍ଗୋ ରୋପ୍‌ୱେ : ୬ ମୃତ

ଗୁଜରାଟର ପାବାଗଡ଼ରେ ପ୍ରସିଦ୍ଧ କାଳିକା ମାତା  ପୀଠରେ ଆଜି ଏକ ରୋପ୍‌ୱେ ଭୁଶୁଡ଼ି ପଡ଼ିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି । ଏହି ରୋପ୍‌ୱେ  ଜିନିଷପତ୍ର ନେବାଆଣିବା  ପାଇଁ ବ୍ୟବହାର କରାଯାଏ

cargo rop

Photograph: (kanaknews)

କନକ ବ୍ୟୁରୋ : ଗୁଜରାଟର ପାବାଗଡ଼ରେ ପ୍ରସିଦ୍ଧ କାଳିକା ମାତା  ପୀଠରେ ଆଜି ଏକ ରୋପ୍‌ୱେ ଭୁଶୁଡ଼ି ପଡ଼ିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି । ଏହି ରୋପ୍‌ୱେ  ଜିନିଷପତ୍ର ନେବାଆଣିବା  ପାଇଁ ବ୍ୟବହାର କରାଯାଏ ।  ପ୍ରାଥମିକ ସୂଚନାରୁ ଜଣାପଡ଼ିଛି ଯେ ଦଉଡ଼ି ଛିଣ୍ଡିଯିବା ଫଳରେ ଏହି ଦୁର୍ଘଟଣା ହୋଇଛି।  ଦୁର୍ଘଟଣାରେ ୨ ଜଣ ଲିଫ୍‌ଟମେନ୍‌, ୨ ଜଣ ଶ୍ରମିକ ଏବଂ  ଅନ୍ୟ ୨ ଜଣଙ୍କର ମୃତ୍ୟୁ ହୋଇଥିବା ପଞ୍ଚମହଲ ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି। ଅନ୍ୟ ୪ ଜଣ ଏହି ଘଟଣାରେ ଆହତ ହୋଇଛନ୍ତି।  ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ଅପରାହ୍ନ ୩.୩୦ରେ ଏହି ଦୁର୍ଘଟଣା ହୋଇଛି  ।  

ସ୍ଥାନୀୟ ପୁଲିସ ଏବଂ ଅଗ୍ନି ନିର୍ବାପକ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ।   ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ତାର  ଛିଣ୍ଡି ପଡ଼ିବାରୁ ଏହି ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।  ଉଲ୍ଲେଖଯୋଗ୍ୟ, ଏହି ପ୍ରସିଦ୍ଧ ଶକ୍ତିପୀଠ ପ୍ରାୟ ୮୦୦ ମିଟର ଉଚ୍ଚତାରେ ଅବସ୍ଥିତ ,  ଶ୍ରଦ୍ଧାଳୁମାନେ ଏଠାକୁ ୨ ହଜାର ପାହାଚ ଚଢ଼ି କିମ୍ବା କେବଲ୍‌ କାର୍‌ ବ୍ୟବହାର କରି ଯାଆନ୍ତି। ଖରାପ ପାଗ ଯୋଗୁଁ ଏହି ଶକ୍ତିପୀଠର ଯାତ୍ରୀ ରୋପ୍‌ୱେ ବନ୍ଦ ରହିଛି ଏବଂ କେବଳ ନିର୍ମାଣ ସାମଗ୍ରୀ ନେବା ଆଣିବା କରିବାପାଇଁ କାର୍ଗୋ‌ ରୋପ୍‌‌ୱେ ପରିଚାଳନା କରାଯାଉଥିବା ବେଳେ ଏତେବଡ଼ ଦୁର୍ଘଟଣା ଘଟିଛି । ପାବାଗଡ଼ରେ ପୂର୍ବରୁ ୨୦୦୩ରେ ଏକ ରୋପୱେ ଦୁର୍ଘଟଣାରେ ସାତ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିଲା।  ଆଜିର ଘଟଣା ପରେ ନିରାପତ୍ତା ବ୍ୟବସ୍ଥା ଉପରେ ପୁଣି ପ୍ରଶ୍ନ ଉଠିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe