କନକ ବ୍ୟୁରୋ: ବଡ଼ ଧରଣର ବିମାନ ଦୁର୍ଘଟଣା । ହଂକଂ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ସୋମବାର ଏକ ବଡ଼ ଧରଣର ଦୁର୍ଘଟଣା ଦେଖିବାକୁ ମିଳିଛି । ଦୁବାଇରୁ ଆସିଥିବା ଏକ ମାଲବାହୀ ଉଡାଜାହାଜ ହଂକଂ ଏୟାରପୋର୍ଟରେ ଲ୍ୟାଣ୍ଡିଂ ସମୟରେ ଦୁର୍ଘଟଣାର ଶିକାର ହୋଇଛି । ପ୍ଲେନଟି ରନଓ୍ୱେରୁ ଖସି ସିଧା ଯାଇ ସମୁଦ୍ରରେ ପଡ଼ିଛି । ତେବେ ଏହି ଦୁର୍ଘଟଣାରେ ଦୁଇ ଜଣକଙ୍କର ମୃତ୍ୟୁ ହୋଇଥିବା ନେଇ ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ତେବେ ଏହି ବିମାନଟି ଏକ ବୋଇଙ୍ଗ୍ ୭୪୭ ବୋଲି ଜଣାପଡ଼ିଛି । ତେବେ ଦୁର୍ଘଟଣା ପରେ ବିମାନଟି ସମୁଦ୍ରରେ ପଡ଼ିଥିବା ଦେଖିବାକୁ ମିଳିଛି । ଏହାସହ ବିମାନଟି ଦୁଇ ଖଣ୍ଡ ମଧ୍ୟ ହୋଇଯାଇଛି । ଯାହାକି ସ୍ପଷ୍ଟ ଭାବେ ଜଣାପଡୁଛି ।
/filters:format(webp)/kanak/media/media_files/2025/10/20/plain-accident-2-2025-10-20-09-53-31.webp)
ହଂକଂ ଏୟାରପୋର୍ଟ ତରଫରୁ ଜାରି କରାଯାଇଥିବା ରିପୋର୍ଟ ମୁତାବକ, ପ୍ଲେନରେ ଥିବା ୪ ଜଣ କ୍ର୍ୟୁ ମେମ୍ବରଙ୍କୁ ଉଦ୍ଧାର କରାଯାଇଛି । ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟର ସୂଚନା ମୁତାବକ, ପ୍ଲେନ୍ ଖସିଯିବା କାରଣରୁ ରନଓ୍ୱେ କଡରେ ଠିଆ ହୋଇଥିବା ଦୁଇ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ବିମାନଟି ସିଧା ଯାଇ ସମୁଦ୍ରରେ ପଡ଼ିଥିଲା ।
ଭାରତକୁ ପୁଣି ଟ୍ରମ୍ପଙ୍କ ଧମକ୍: ଋଷଠୁ ତେଲ କିଣିଲେ ଆହୁରି ଲଗାଇବୁ ଟାରିଫ୍
ଏହି ଦୁର୍ଘଟଣା ପରେ ହଂକଂ ଏୟାରପୋର୍ଟର ଦୁର୍ଘଟଣା ହୋଇଥିବା ରନଓ୍ୱେକୁ ବନ୍ଦ କରିଦିଆଯାଇଛି । ମିଳିଥିବା ସୂଚନା ମୁତାବକ ବିମାନଟି ୩୨ ବର୍ଷର ପୁରୁଣା ବିମାନ ଥିଲା । ଆଉ କାର୍ଗୋ ବିମାନ ଭାବେ କାମ କରୁଥିଲା ।