ଅସାବଧାନ ହେଲେ ଘଟିବ ଦୁର୍ଘଟଣା, ଗଞ୍ଜାମ ଆର୍ଯ୍ୟପଲ୍ଲୀ ସମୁଦ୍ର ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼, ଜୀବନକୁ ବାଜି ଲଗାଇ ନେଉଛନ୍ତି ସେଲଫି

ପଥରବନ୍ଧକୁ ବଡ଼ ବଡ଼ ପଥର ପକାଇ ପର୍ଯ୍ୟଟକ ମାନଙ୍କ ନିମନ୍ତେ ବନ୍ଦ କରାଯାଇଥିବା ବେଳେ ମଧ୍ୟ ସେହି ବଡ଼ ବଡ଼ ପଥର ଉପରେ ଚଢ଼ି ବିପଦଜନକ ଭାବେ  ପଥରବନ୍ଧକୁ ଯାଉଛନ୍ତି ପର୍ଯ୍ୟଟକ  । କେବଳ ଏତିକି ନୁହେଁ ବରଂ ବଡ଼ ବଡ଼ ପଥର ଉପରେ ଠିଆ ହୋଇ ଅତ୍ୟନ୍ତ ବିପଦ ଜନକ ଭାବେ ସେଲଫି ଉଠାଇବା ସହିତ ରିଲସ୍‌ ମଧ୍ୟ କରୁଛନ୍ତି ।

þòKZþZKþþ324

କନକ ବ୍ୟୁରୋ :  ଗଞ୍ଜାମ ଆର୍ଯ୍ୟପଲ୍ଲୀ ସମୁଦ୍ର ବେଳାଭୂମିରେ ଅପରାହ୍ନ ହେଲେ ଲାଗୁଛି ପର୍ଯ୍ୟଟକଙ୍କ ଭିଡ଼। ସମୁଦ୍ର ପବନ ଖାଇବାକୁ ଯଦିଓ ଶହ ଶହ ପର୍ଯ୍ୟଟକ ଆସୁଛନ୍ତି କିନ୍ତୁ ସମୁଦ୍ର ବେଳାଭୂମିକୁ ନଯାଇ ଅଧିକାଂଶ ପର୍ଯ୍ୟଟକ  ପଥରବନ୍ଧ ଉପରକୁ ଯାଉଥିବା ଦେଖିବାକୁ ମିଳିଛି । ପଥରବନ୍ଧକୁ ବଡ଼ ବଡ଼ ପଥର ପକାଇ ପର୍ଯ୍ୟଟକ ମାନଙ୍କ ନିମନ୍ତେ ବନ୍ଦ କରାଯାଇଥିବା ବେଳେ ମଧ୍ୟ ସେହି ବଡ଼ ବଡ଼ ପଥର ଉପରେ ଚଢ଼ି ବିପଦଜନକ ଭାବେ  ପଥରବନ୍ଧକୁ ଯାଉଛନ୍ତି ପର୍ଯ୍ୟଟକ  । କେବଳ ଏତିକି ନୁହେଁ ବରଂ ବଡ଼ ବଡ଼ ପଥର ଉପରେ ଠିଆ ହୋଇ ଅତ୍ୟନ୍ତ ବିପଦ ଜନକ ଭାବେ ସେଲଫି ଉଠାଇବା ସହିତ ରିଲସ୍‌ ମଧ୍ୟ କରୁଛନ୍ତି । ପଥରବନ୍ଧର ଶେଷ ମୁଣ୍ଡ ନିକଟରେ ବଡ଼ବଡ଼ ଜୁଆର ଆସୁଥିବା ଯୋଗୁଁ ସେଠାରେ ଭଲ ଫଟୋ  ଉଠାଇଲେ ଭଲ ଦେଖାଯିବା  ଭାବନା ନେଇ ପର୍ଯ୍ୟଟକ ମାନେ ସେଠାକୁ ଚାଲିଯାଉଛନ୍ତି । ବଡ଼ ବଡ଼ ପଥର ଉପରେ ବିଭିନ୍ନ ଗୀତରେ ନାଚି ନାଚି ରିଲସ୍‌ କରୁଛନ୍ତି ପର୍ଯ୍ୟଟକ  ମାନେ। ଏଭଳି ରିଲସ୍‌ କରିବା ହେଉ ଅଥବା ସେଲଫି ଉଠାଇବା ଏହି ସମୟରେ ଯଦି ସାମାନ୍ୟତମ ଅସାବଧାନତା ହୁଏ ତେବେ ସମୁଦ୍ରରେ ପଡ଼ିବେ ନଚେତ ବଡ଼ ବଡ଼ ପଥରରେ ଶରୀର ବିଭିନ୍ନ ଅଙ୍ଗ ମାଡ଼ ହେବା ଥୟ । ତଥାପି ମଧ୍ୟ ଜୀବନକୁ ବାଜି ଲଗାଇ ପର୍ଯ୍ୟଟକ ମାନେ ଯାଉଛନ୍ତି ।

ଆର୍ଯ୍ୟପଲ୍ଲୀ  ସମୁଦ୍ର ବେଳାଭୂମିରେ ପୂର୍ବରୁ ପଥରବନ୍ଧ ନିକଟରେ ଅନେକ ଦୁର୍ଘଟଣା ହୋଇ ମୃତାହତ ମଧ୍ୟ ହୋଇଛନ୍ତି । ଏଭଳି ପର୍ଯ୍ୟଟକମାନେ ବୁଲିବାକୁ ଆସି ମୃତ୍ୟୁମୁଖରେ  ସମ୍ମୁଖୀନ ହେଉଥିବା ବେଳେ ସମୁଦ୍ର କୂଳରେ ପଥରବନ୍ଧ ଉପରକୁ ନଯିବା ନିମନ୍ତେ ସୂଚନା ଫଳକ ଲଗାଯିବା ନିମନ୍ତେ ବାରମ୍ବାର ସ୍ଥାନୀୟ ଗ୍ରାମବାସୀ ମାନେ ଜିଲ୍ଲା ପ୍ରଶାସନ ଓ ପୁଲିସକୁ  ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ còkò^[ôaû  ସେମାନେ କହିଛନ୍ତି । ସେପଟେ ପର୍ଯ୍ୟଟକ ମାନଙ୍କୁ ବହୁବାର ପଥରବନ୍ଧ ଉପରକୁ ନଯିବା ନିମନ୍ତେ କୁହାଯାଇଥିଲା । କିନ୍ତୁ କୌଣସି ପର୍ଯ୍ୟଟକ ପୁଲିସର  କଥାକୁ ଶୁଣିନାହାନ୍ତି । ତେଣୁ ଖୁବଶୀଘ୍ର ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ନିମନ୍ତେ ପଥରବନ୍ଧକୁ ନୋ ଏଣ୍ଟ୍ରିର ସୂଚନା ଫଳକ ଲଗାଯିବ । ଏହାସହିତ କିଛି ପୁଲିସକୁ  ମଧ୍ୟ ଦୁଇଟି ସିଫ୍ଟରେ ସମୁଦ୍ର ଉପକୂଳରେ ନିୟୋଜିତ କରାଯିବ ବୋଲି ସୂଚନା ଦେଇଛନ୍ତି ଛତ୍ରପୁର ଏସଡ଼ିପିଓ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe