ଓଡିଶାରେ ଆରମ୍ଭ ହେବ କି ଏଆଇ ଓ ରୋବୋଟିକ୍ ସର୍ଜରୀ । କର୍ମଶାଳା ମାଧ୍ୟମରେ ଡେମୋ ଦେଖାଇଲା କେୟାର ହସ୍ପିଟାଲ

Advertisment

ଅତ୍ୟାଧୁନିକ ଟେକ୍‌ନୋଲୋଜି ସାହାଯ୍ୟରେ ଅନେକ ଜଟିଳ ରୋଗର ସଫଳ ଚିକିତ୍ସା କରାଯାଇପାରୁଛି।   ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ରୋବୋଟିକ୍ ପଦ୍ଧତିରେ କିଭଳି ବିଭିନ୍ନ ପ୍ରକାର ଆଣ୍ଠୁ ଅପରେସନ୍ କରାଯାଇ ପାରୁଛି ସେ ସମ୍ପର୍କରେ କେୟାର ହସ୍ପିଟାଲ ପକ୍ଷରୁ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା ।

ଅତ୍ୟାଧୁନିକ ଟେକ୍‌ନୋଲୋଜି ସାହାଯ୍ୟରେ ଅନେକ ଜଟିଳ ରୋଗର ସଫଳ ଚିକିତ୍ସା କରାଯାଇପାରୁଛି।   ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ରୋବୋଟିକ୍ ପଦ୍ଧତିରେ କିଭଳି ବିଭିନ୍ନ ପ୍ରକାର ଆଣ୍ଠୁ ଅପରେସନ୍ କରାଯାଇ ପାରୁଛି ସେ ସମ୍ପର୍କରେ କେୟାର ହସ୍ପିଟାଲ ପକ୍ଷରୁ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା ।

care

କନକ ବ୍ୟୁରୋ : ସମୟ ସହିତ ଉନ୍ନତ ହୋଇଛି ଚିକିତ୍ସା ବିଜ୍ଞାନ। ବର୍ତ୍ତମାନ ଅତ୍ୟାଧୁନିକ ଟେକ୍‌ନୋଲୋଜି ସାହାଯ୍ୟରେ ଅନେକ ଜଟିଳ ରୋଗର ସଫଳ ଚିକିତ୍ସା କରାଯାଇପାରୁଛି।   ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ରୋବୋଟିକ୍ ପଦ୍ଧତିରେ କିଭଳି ବିଭିନ୍ନ ପ୍ରକାର ଆଣ୍ଠୁ ଅପରେସନ୍ କରାଯାଇ ପାରୁଛି ସେ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ କେୟାର ହସ୍ପିଟାଲ ପକ୍ଷରୁ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା । ଏଥିରେ ରାଜ୍ୟର ଅନେକ ବୁଦ୍ଧିଜୀବି, ଡାକ୍ତର ଏବଂ ଆଣ୍ଠୁ ସର୍ଜରୀ ହୋଇଥିବା ରୋଗୀ ମାନେ ଯୋଗଦାନ କରିଥିଲେ।

ଏହି କାର୍ୟ୍ୟକ୍ରମରେ ଲୋକସଭା ସାଂସଦ ତଥା ବିଜେପିର ଜାତୀୟ ଉପାଧକ୍ଷ ଶ୍ରୀ ବୈଜୟନ୍ତ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କହିଥିଲେ, “ଭବିଷ୍ୟତରେ ଭାରତର ସ୍ବାସ୍ଥ୍ୟସେବା ଏଆଇ ଏବଂ ରୋବୋଟିକ୍ ପଦ୍ଧତି ଉପରେ ନିର୍ଭର କରିବ। ଏହା ଫଳରେ ଅନେକ ଜଟିଳ ଅପରେସନ୍ କରାଯାଇ ପାରିବ ଯାହାର ସଫଳତା ହାର ମଧ୍ୟ ବେଶ୍ ଅଧିକ ରହିବ। ଭାରତ ଏହି ଚିକିତ୍ସା ବିପ୍ଲବରେ ପ୍ରମୁଖ ଭୂମିକା ନେବା ପାଇଁ ପ୍ରସ୍ତୁତ, ରୋଗୀ ସେବା କ୍ଷେତ୍ରରେ ନୂତନ ମାନଦଣ୍ଡ ସୃଷ୍ଟି କରିବ "

ଏହି କାର୍ୟ୍ୟକ୍ରମର ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ କେୟାର ହସ୍ପିଟାଲର ଏନ୍‌ସିଓଓ କିସଲେ ଆନନ୍ଦ ଏହି ସଫଳତା ପାଇଁ ଡାକ୍ତର ସନ୍ଦୀପ୍ ସିଂହ ଓ ତାଙ୍କ ପୂରା ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ସହିତ ଏଆଇ ଏବଂ ରୋବୋଟିକ୍ ପଦ୍ଧତି ସାହାଯ୍ୟରେ ସଫଳତାର ସହିତ ଆଣ୍ଡ୍ରି ଅପରେସନ୍ କରିବା କେବଳ ଓଡ଼ିଶାରେ ନୁହେଁ ସମଗ୍ର ଭାରତ ପାଇଁ ଏକ ଗୌରବର କଥା । ତା ସହିତ କେୟାର ହସ୍ପିଟାଲରେ ଥିବା ଅତ୍ୟାଧୁନିକ ଅପରେସନ୍ ଥିଏଟର ଏବଂ ଅଭିଜ୍ଞ ଡାକ୍ତର ଓ ନର୍ସଙ୍କ ଟିମ୍ ଦ୍ଵାରା ଏହି ସଫଳତା ସମ୍ଭବ ହୋଇଛି। କେୟାର ହସ୍ପିଟାଲ ଭୁବନେଶ୍ୱରଠାରେ ଆଣ୍ଠୁ ଅପରେସନ୍ କରିବା ପାଇଁ ସମସ୍ତ ପ୍ରକାର ବୀମା କମ୍ପାନୀର ମଧ୍ୟ ସହଭାଗୀତା ରହିଛି ।

କେୟାର ହସ୍ପିଟାଲର ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ତଥା ବିଭାଗୀୟ ମୁଖ୍ୟ ଡାକ୍ତର ସନ୍ଦୀପ ସିଂହଙ୍କ ମତରେ ପାରମ୍ପରିକ ସର୍ଜରୀ ତୁଳନାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ରୋବୋଟିକ୍ ପଦ୍ଧତିରେ ଅପରେସନ୍ କଲେ ଏହାର ସଫଳତା ହାର ବେଶ୍ ଅଧିକ । ଏଥିରେ ରୋଗୀଙ୍କୁ ଅଧିକ ଦିନ ହସ୍ପିଟାଲରେ ରହିବାକୁ ପଡ଼ିନଥାଏ ଏବଂ ଶୀଘ୍ର ପୂର୍ବ ଭଳି ନିଜର ସମସ୍ତ କାମ ନିଜେ କରିପାରିବେ । ଆଣ୍ଠୁ ପ୍ରତିରୋପଣଠାରୁ ଆରମ୍ଭ କରି କ୍ରୀଡ଼ା ଜନିତ ଆଘାତର ସଫଳ ଚିକିତ୍ସା ଏଆଇ ଏବଂ ରୋବୋଟିକ୍ ପଦ୍ଧତିରେ କରାଯାଇପାରୁଛି।

ଶେଷରେ କେୟାର ହସ୍ପିଟାଲରେ ରୋବର୍ଟ ମାଧ୍ୟମରେ ଆଣ୍ଠୁ ଅପରେସନ୍ ହୋଇଥିବା ଅନେକ ରୋଗୀ ନିଜର ଅନୁଭବ ସେୟାର କରିବା ସହିତ କିଭଳି ଏକ ଯନ୍ତ୍ରଣାମୁକ୍ତ ଜୀବନ ଅତିବାହିତ କରୁଛନ୍ତି ସେ ସମ୍ପର୍କରେ ନିଜର ମତ ରଖିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe