କନକ ବ୍ୟୁରୋ : ଲଗାଣ ବର୍ଷାରେ ବୁଡ଼ିଗଲା କାର। ଅଳ୍ପକେ ବର୍ତ୍ତିଲେ ଚାଳକ। ସୁନ୍ଦରଗଡ଼ରେ ଗତକାଲି ଲଗାଣ ବର୍ଷା ଜାରି ରହିଛି। ରସରାଜପୁର-ଦେଓଗାଁ ରାସ୍ତା ଝଙ୍କରା ନିକଟରେ ପୋଲ ଉପରେ ବର୍ଷା ଜଳ ପ୍ରବାହିତ ହେଉଥିଲା। ସୁନ୍ଦରଗଡ଼ ପଟରୁ ଏକ କାର ସେହି ରାସ୍ତା ଦେଇ ଯାଉଥିବା ସମୟରେ ପୋଲ ଅତିକ୍ରମ କରୁଥିବା ବେଳେ କାରଟି ଭାସି ଯାଇଥିଲା। କାରଟି ବଢ଼ି ପାଣିର ପ୍ରଖର ସ୍ରୋତରେ ରାସ୍ତା ଠାରୁ ପ୍ରାୟ ଗୋଟିଏ କିଲୋମିଟର ପର୍ୟ୍ୟନ୍ତ ଭାସି ଯାଇଥିଲା। କୌଣସି ମତେ ଚାଳକ ଜଣକ କାରରୁ ବାହାରି ଯାଇଥିଲେ କିନ୍ତୁ କାର ପାଣିରେ ବୁଡି ଯାଇଥିଲେ। ଖବର ପାଇ ସ୍ଥାନୀୟ ଗାଁଲୋକେ କାରଟିକୁ ଉଦ୍ଧାର କରିଛନ୍ତି।
ଲଗାଣ ବର୍ଷାରେ ବୁଡିଲା କାର, ଅଳ୍ପକେ ବର୍ତ୍ତିଲେ ଚାଳକ । ପାଣି ସ୍ରୋତରେ ଗୋଟିଏ କିଲୋମିଟର ଭାସିଗଲା କାର
Advertisment
Follow Us