କନକ ବ୍ୟୁରୋ: ପାର୍ବଣ ପୂର୍ବରୁ ଜିଏସ୍‌ଟି ସ୍ଲାବ୍‌ରେ ବଡ଼ ପରିବର୍ତ୍ତନ ହୋଇଛି । ସ୍ଲାବ୍‌ ପରିବର୍ତ୍ତନ ହେବା ପରେ ଅନେକ ସାମଗ୍ରୀ ଶସ୍ତା ହେବାକୁ ଯାଉଛି । ଖାସ୍‌ କରି କାର୍‌ ଦାମ୍‌ ଅଢେଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କମିପାରେ ବୋଲି ଖବର ଆସିବା ପରେ ଏବେ ଭାରି ଚର୍ଚ୍ଚା । କାରଣ କାର୍‌ର ଦାମ୍‌ ବଢିଯାଇଥିବାରୁ ସମସ୍ତେ କିଣିପାରୁନଥିଲେ । ହେଲେ ଏବେ ଦାମ୍‌ କମିଯାଇଥିବା କାରଣରୁ ଏବେ ସମସ୍ତେ କାର୍‌ କିଣିବେ ବୋଲି କୁହାଯାଉଛି । 

Advertisment

ଜିଏସ୍‌ଟି ସ୍ଲାବ୍‌ରେ ହେଲା ପରିବର୍ତ୍ତନ
କାର୍‌ ଦାମ୍‌ କମିବ ଅଢ଼େଇ ଲକ୍ଷ
ଏବେ ଘରେ ଘରେ କିଣିବେ କାର୍‌
ହୁଣ୍ଡାଇ…କ୍ରେଟା…ଆଇ ୧୦
ସବୁ କାର୍‌ ଦାମ୍‌ କମିବ

ଆଜିକାଲି ଯୁବପିଢିମାନଙ୍କର ପ୍ରଥମ ସଉକ ହେଉଛି କାର୍‌ । ହେଲେ ଏବେକା ସମୟରେ କାର୍‌ର ଦାମ୍‌ ଯାହା ହେଲାଣି ସମସ୍ତଙ୍କ ପକ୍ଷରେ କିଣିବା ସମ୍ଭବ ନୁହେଁ । ସେଇଥି ଲାଗି ତ ଅନେକଙ୍କ କାର୍‌ ଚଢ଼ିବାର ସ୍ବପ୍ନ ସାକାର ହୋଇପାରୁନି । କିନ୍ତୁ ଏବେ ଏହି ଆଶା ପୂରଣ ହେବାରେ କୌଣସି ଅସୁବିଧା ହେବ ନାହିଁ । କାରଣ ପାଖାପାଖି ଅଢେଇ ଲକ୍ଷ ଟଙ୍କା କାର୍‌ର ଦାମ୍‌ ଶସ୍ତା ହେବା ପରେ କାର୍‌ କିଣିବାକୁ ଅନେକ ଆଗ୍ରହୀ ହେଉଥିବା କୁହାଯାଉଛି ।   

କି ଲାଭ ପାଇବେ ଗ୍ରାହକ ?

GST ହାର କମିଯିବା ପରେ ଗାଡ଼ିର ମୂଳ ମୂଲ୍ୟ (ex-showroom price) ହ୍ରାସ ପାଇବ, ଯାହା ଗ୍ରାହକଙ୍କୁ ଫାଇଦା ଦେବ । 

ଦାମ୍‌ କମିଲେ ଅଧିକ ଲୋକ ଗାଡ଼ି କିଣିବାକୁ ଆଗ୍ରହୀ ହେବେ, ଯାହା Hyundai ଭଳି କମ୍ପାନିଗୁଡ଼ିକର ବିକ୍ରି ବୃଦ୍ଧି କରିବ ।

ଆଜିକା ସମୟରେ ଗାଡ଼ି କିଣିବା ଏକ ବଡ଼ ନିବେଶ କହିଲେ ଭୁଲ୍‌ ହେବନାହିଁ । କିନ୍ତୁ ଏବେ GST ହ୍ରାସ ହେଲେ ଗ୍ରାହକଙ୍କ ଉପରୁ ଆର୍ଥିକ ବୋଝ କମିଯିବ ।

ପାର୍ବଣ ବେଳେ ବମ୍ପର ଅଫର୍‌ ?

ପ୍ରତିବର୍ଷ ପାର୍ବଣ ଆସିବା ମାତ୍ରେ ବିଭିନ୍ନ କମ୍ପାନି ଗୁଡ଼ିକ ଅଫର ଘୋଷଣା କରନ୍ତି । ରିହାତି ପାଇବା ପରେ ଗ୍ରାହକମାନେ ବି ଗାଡ଼ି କିଣନ୍ତି । ହେଲେ ଏବେ ପାର୍ବଣ ପୂର୍ବରୁ କେନ୍ଦ୍ର ସରକାର ଜିଏସ୍‌ଟି ସ୍ଲାବ୍‌ରେ ବଡ଼ ପରିବର୍ତ୍ତନ କରିଛନ୍ତି । ଯାହାଦ୍ବାରା ଗ୍ରାହକମାନେ ଲାଭ ପାଇବେ ।   

କେମିତି ଉଠାଇବେ ଲାଭ  ?

ଯଦି ଆପଣ Hyundai ଗାଡ଼ି କିଣିବାକୁ ଯୋଜନା କରୁଛନ୍ତି, ତେବେ GST ହାରରେ ସମ୍ଭାବ୍ୟ ପରିବର୍ତ୍ତନ ଏବଂ ପାର୍ବଣ ଋତୁରେ ଆସୁଥିବା ଅଫର୍ ଉପରେ ନଜର ରଖିବା ଉଚିତ୍ । ଏହା ଆପଣଙ୍କୁ ସବୁଠାରୁ ଭଲ ଡିଲ୍ ପାଇବାରେ ସାହାଯ୍ୟ କରିବ । ମୋଟ୍‌ ଉପରେ ଏଥର ଜିଏସ୍‌ଟି ସ୍ଲାବ୍‌ରେ ପରିବର୍ତ୍ତନ ସହ ପାର୍ବଣ ପାଇଁ କମ୍ପାନି ଗୁଡ଼ିକ ଅଫର ଦେଉଥିବାରୁ ବେପାର ବି ଭଲ ହେବ ବୋଲି କୁହାଯାଉଛି ।