କନକ ବ୍ୟୁରୋ : କଣ୍ଟେନରକୁ ଧକ୍କା ଦେଲା କାର୍ । ଦୁର୍ଘଟଣାରେ ୫ ଆହତ। ବାଲେଶ୍ବର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟରେ ଘଟିଛି ଦୁର୍ଘଟଣା । କାର୍‌ଟି ବାରିପଦା କୂଳିଅଣାରୁ କାକଟପୁର ଅଭିମୁଖେ ଯାଉଥିଲା । ତେବେ ତଳନଗର ନିକଟରେ ଏକ କଣ୍ଟେନରକୁ ଧକ୍କା ଦେଇଥିଲା କାର୍ । ଫଳରେ ରାସ୍ତା କଡ଼ରେ ଥିବା ଏକ ଦୋକାନ ଭିତରକୁ ପଶିଯାଇଥିଲା କାର ।

Advertisment

ଅଧିକ ପଢନ୍ତୁ : ରାୟଗଡ଼ାରେ ବଢୁଛି ସଡ଼କ ଦୁର୍ଘଟଣା ; ଅକାଳରେ ଲିଭି ଯାଉଛି ଜୀବନ ଦୀପ

ଧକ୍କା ପରେ ଘଟଣାସ୍ଥଳରୁ କଣ୍ଟେନର ଫେରାର ଅଛି । କାରରେ ଥିବା ପାଞ୍ଚ ଜଣଙ୍କ ମଧ୍ୟରୁ ତିନିଜଣ ଆହତ ହୋଇଥିବାବେଳେ ଡ୍ରାଇଭର ଓ ଆଉଜଣେ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ଜାତୀୟ ରାଜପଥ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ଅବସ୍ଥା ଗୁରୁତର ଥିବାରୁ ସମସ୍ତଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।