କନକ ବ୍ୟୁରୋ: ରାଜଧାନୀରୁ ଅପହରଣ ଘଟଣାରେ ଦୁର୍ବୃତ୍ତଙ୍କୁ ଫସେଇ ଦେଲା ଫୋନ ପେ। ଉବେର ଆପରେ ବୁକିଂ କରି, କାର ସହ କାର ମାଲିକଙ୍କୁ ଅପହରଣ କରି ନେଇଥିଲେ ୩ ଦୁର୍ବୃତ୍ତ। ଭୁବନେଶ୍ୱର ଏମ୍ସ ନିକଟରୁ ଅପହରଣ କରି ଢେଙ୍କାନାଳ ଗଅଁନ୍ଦିଆ ଜଙ୍ଗଲରେ ଡ୍ରାଇଭରକୁ ଛୁରୀ ଦେଖାଇ, କାର ଲୁଟି ନେଇଥିଲେ ଓ ୩ ଅଭିଯୁକ୍ତ ଆଠଗଡ଼ ନିକଟରେ କାଳିଆ ମାଟିହାଣ୍ଡି ଷ୍ଟଲ ନିକଟରେ ଚା ପିଇ ଫୋନ ପେ'ରେ ଟଙ୍କା ଦେଇଥିଲେ। ଆଉ ଏହି ଫୋନ୍ ପେ ପେମେଣ୍ଟରୁ ଅଭିଯୁକ୍ତଙ୍କୁ ନେଇ ସୁରାକ ପାଇଥିଲା ପୋଲିସ। ଆଉ ପହଞ୍ଚିଯାଇଥିଲା ଅଭିଯୁକ୍ତଙ୍କ ପାଖରେ। ସ୍ୱିପ୍ଟ ଡଜିୟାର କାରକୁ ଜବତ କରିବା ସହ ଭୁବନେଶ୍ୱର କଳିଙ୍ଗ ବିହାରରୁ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ ।
ଉବେର ବୁକିଂ କଲେ , କାର ମାଲିକଙ୍କୁ ଅପହରଣ କଲେ, କାର ଲୁଟିନେଲେ ; ଧରାଇଦେଲା ଫୋନ୍ ପେ’
Advertisment
Follow Us