କନକ ବ୍ୟୁରୋ : ଥାନାରୁ ସିଜ ଗାଡି ଗାୟବ ଘଟଣାରେ ଘାଣ୍ଟି ହେଉଛି ବଲାଙ୍ଗୀର ପୋଲିସ। ଦୁର୍ଘଟଣାରେ ପୁଅର ମୃତ୍ୟୁ ପରି ତା’ଗାଡ଼ି ଥାନାରୁ ଗାଏବ ହୋଇଯାଇଛି । ପୀଡ଼ିତ ପରିବାର ବଲାଙ୍ଗୀର ଏସପିଙ୍କୁ ଭେଟିବା ପରେ ହରଡଘଣାରେ ପଡ଼ିଛନ୍ତି ପୁଇଁନ୍ତଳା ଥାନା ଅଧିକାରୀ । ପୀଡ଼ିତ ପରିବାର କହୁଛନ୍ତି ଗାଡ଼ି ଫେରସ୍ତ ପାଇନାହାନ୍ତି । ପୁଇଁତଳା ଆଇଆଇସି କହୁଛନ୍ତି ୨୦୨୧ ଡିସେମ୍ୱର ମାସରୁ ଗାଡ଼ି ମାଲିକଙ୍କୁ ହସ୍ତାନ୍ତର କରିଛନ୍ତି । ସେପଟେ ଗାଡ଼ି ଖୋଜି ବାହାର କରିବେ ବୋଲି ପ୍ରତିଶ୍ରୁତି ଦେଇଛି ବଲାଙ୍ଗୀର ଅତିରିକ୍ତ ଏସପି।
ମୃତ୍ୟୁ ନନ୍ଦିଙ୍କ ନାଁରେ ଗାଡି ଅଛି । ତାଙ୍କ ବାପା ଏହାର ଗ୍ୟାରେଣ୍ଟର ଅଛନ୍ତି । ପୁଅର ମୃତ୍ୟ ପରେ ଗାଡ଼ି କିଏ ନେଲା ତାହା ବାପାଙ୍କୁ ଜଣାନାହିଁ । ମୃତକଙ୍କ ସ୍ତ୍ରୀ କି ମାଆ କେହି ଗାଡ଼ି ବାବଦରେ କିଛି ଜାଣିନାହାନ୍ତି । ପୀଡ଼ିତ ପରିବାର ଅଜ୍ଞାତରେ ପୁଲିସ କାହାକୁ ଦେଲା ଗାଡ଼ି? ଗାଡ଼ି ଯଦି କମ୍ପାନୀ ନେଇଛି କାହା ଅନୁମତିରେ ନେଇଛି? ନା ପୋଲିସ ଓ କମ୍ପାନୀର ମିଲିଭଗତରେ ଗାଡ଼ି ଆଉ କାହାକୁ ଦିଆଯାଇଛି? ସେନେଇ ପ୍ରଶ୍ନ ଉଠିଛି ।
ସେପଟେ ଗାଡ଼ି ବାବଦରେ ଫାଇନାନ୍ସ କମ୍ପାନୀ ଗାଡ଼ି ବାବଦରେ ୧୭ ଲକ୍ଷ ନଦେଲେ ଏକ ଏକର ଜମି ନେଇଯିବ ବୋଲି ଅଭାବୀ ପରିବାରକୁ ବାରମ୍ବାର ନୋଟିସ କରୁଛି । କିନ୍ତୁ ଗଣମାଧ୍ୟମ ଆଗରେ ମୁହଁ ଖୋଲିବାକୁ ନାରାଜ ।