ପୋଲ ତଳକୁ ଖସିଲା କାର୍‌: ଜଣେ ମୃତ, ୪ ଗୁରୁତର

Advertisment

ପୋଲ ତଳକୁ ଖସିଲା କାର୍‌ । କଟକରୁ ପରିବାର ସହ ଫେରିବା ବେଳେ ଘଟିଛି ଦୁର୍ଘଟଣା ।

ପୋଲ ତଳକୁ ଖସିଲା କାର୍‌ । କଟକରୁ ପରିବାର ସହ ଫେରିବା ବେଳେ ଘଟିଛି ଦୁର୍ଘଟଣା ।

ପୋଲ ତଳକୁ ଖସିଲା କାର

ପୋଲ ତଳକୁ ଖସିଲା କାର Photograph: (kanakNews)

କନକ ବ୍ୟୁରୋ: ଜଗତସିଂହପୁର ସଦର ଉପକଣ୍ଠ ଜୟଶୋଳ ନିକଟରେ ଦୁର୍ଘଟଣା । କେନାଲର ପୋଲରୁ ତଳକୁ ଖସି ପଡ଼ିଲା କାର୍‌ । ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । 

କାର୍‌ରେ ଗୋଟିଏ ପରିବାର କଟକରୁ ନିଜ ଘର ସେକପାଟଣା ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ମୃତକ ହେଲେ ସେକପାଟଣା ଅଞ୍ଚଳର ୩୬ ବର୍ଷୀୟ ଜିସାମ ଫରାନା। ଜଗତସିଂହପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe