କନକ ବ୍ୟୁରୋ: ଜଗତସିଂହପୁର ସଦର ଉପକଣ୍ଠ ଜୟଶୋଳ ନିକଟରେ ଦୁର୍ଘଟଣା । କେନାଲର ପୋଲରୁ ତଳକୁ ଖସି ପଡ଼ିଲା କାର୍ । ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି ।
କାର୍ରେ ଗୋଟିଏ ପରିବାର କଟକରୁ ନିଜ ଘର ସେକପାଟଣା ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ମୃତକ ହେଲେ ସେକପାଟଣା ଅଞ୍ଚଳର ୩୬ ବର୍ଷୀୟ ଜିସାମ ଫରାନା। ଜଗତସିଂହପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/04/11/FXJ41bS4ERpZDOwfoNYM.jpg)