କାର୍ ଚୋରି କରିନେଇ ପଳାଉଥିଲେ; ନାଳ ଭିତରେ ଖସିପଡିଲା

ଫେଲ୍ ମାରିଲା ଦୁର୍ବୃତ୍ତଙ୍କ ଉଦ୍ୟମ । ବିଳମ୍ବିତ ରାତ୍ରିରେ କାର ଚୋରି କରି ନେଉଥିବା ବେଳେ ନାଳ ଭିତରକୁ ଖସି ପଡିଲା କାର୍ । ଜୟପୁର ଆଦର୍ଶ ନଗରର ଏପରି ଘଟଣା ଘଟିଛି ।

49car

କନକ ବ୍ୟୁରୋ: ଫେଲ୍ ମାରିଲା ଦୁର୍ବୃତ୍ତଙ୍କ ଉଦ୍ୟମ । ବିଳମ୍ବିତ ରାତ୍ରିରେ କାର ଚୋରି କରି ନେଉଥିବା ବେଳେ ନାଳ ଭିତରକୁ ଖସି ପଡିଲା କାର୍ । ଜୟପୁର ଆଦର୍ଶ ନଗରର ଏପରି ଘଟଣା ଘଟିଛି । ଦୁର୍ବୃତ୍ତ ୨ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ଦିଲ୍ଲୀପ କୁମାର ନାମକ ଜଣେ ବ୍ୟକ୍ତି ନିଜ ଘର ଆଗରେ ତାଙ୍କ ପାର୍କ କରିଥିଲେ । ସକାଳେ କାର ନଥିବା ଦେଖି ଚାରିଆଡ଼େ ଖୋଜାଖୋଜି କଲା ପରେ କାରଟି ନାଳରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ତେବେ କାରଟିକୁ ୨ଜଣ ଦୁର୍ବୃତ୍ତ ଚୋରି କରି ନେଇଥିବା ବେଳେ ଏପରି ଅଘଟଣ ଘଟିଥିବା ଜଣେ ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି । ଏବଂ ଦୁର୍ବୃତ୍ତ ଦୁଇ ଜଣ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe