କନକ ବ୍ୟୁରୋ : କୋରାପୁଟରେ ମର୍ମନ୍ତୁଦ ଦୁର୍ଘଟଣା । ଦୁଇ କାର ମଧ୍ୟରେ ମୁହାଁମୁହିଁ ଧକ୍କା । ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଧକ୍କା ଦେଇ ରାସ୍ତାକଡ଼କୁ ଓଲଟି ପଡ଼ିଛି କାର୍ । ଜଣେ ଗୁରୁତରଙ୍କର ମେଡିକାଲରେ ଚିକିତ୍ସା ଚାଲିଛି । କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ୨୬ ନମ୍ୱର ଜାତୀୟ ରାଜପଥର ସୁନାବେଡ଼ା ଟ୍ରାଫିକ ଛକ ଟିଟିଏସ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକ ହେଲେ ସୁନାବେଡ଼ା ଡିପି କ୍ୟାମ୍ପର । ଗୋଟିଏ ସଫାରୀ ଗାଡ଼ି କୋରାପୁଟରୁ ଦାମନଯୋଡ଼ି ଯାଉଥିଲା । ଅନ୍ୟ ଏକ କାରକୁ ଧକ୍କା ଦେବା ପରେ ସଫାରୀ ଗାଡ଼ିଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଗୁରୁତର ଜଣଙ୍କୁ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
କୋରାପୁଟରେ ଦୁଇ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା : ୪ ମୃତ
ଧକ୍କା ଦେଇ ରାସ୍ତାକଡ଼କୁ ଓଲଟି ପଡ଼ିଛି କାର୍ । ଜଣେ ଗୁରୁତରଙ୍କର ମେଡିକାଲରେ ଚିକିତ୍ସା ଚାଲିଛି ।
/kanak/media/media_files/2025/07/20/car-accident-2025-07-20-09-05-14.jpg)