କନକ ବ୍ୟୁରୋ: ନିଶାସକ୍ତ ଡ୍ରାଇଭରର ଉନ୍ମୁତ କାଣ୍ଡ । ଗଣେଶ ପୂଜା ଚାଲିଥିବା ବେଳେ ବଜାର ଭିତରେ ଘଟାଇଲା ସିରିଜ୍ ଦୁର୍ଘଟଣା କାର ଦୁର୍ଘଟଣାରେ ୨୦ରୁ ଉର୍ଦ୍ଧ୍ବ ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି। ତାଳଚେର ଆଟିଆଇ ଛକଠାରୁ ଶର୍ମା ଛକ ମଧ୍ୟରେ ସିରିଜ ଦୁର୍ଘଟଣା ଘଟାଇଛି ଏହି କାର। ଧକ୍କା ଦେଇ ଚମ୍ପଟ ମାରୁଥିବା ବେଳେ ଗୋଡିବନ୍ଧ ନିକଟରେ ମଦୁଆ ଗାଡ଼ି ଚାଳକକୁ ଅଟକ ରଖିଛି ପୁଲିସ । ଦୁର୍ଘଟଣାରେ ପ୍ରାୟ ୨୦ ଜଣ ଆହତ ହୋଇଥିବା ଜଣାପଡିଛି । ପୂଜା ମହୋଲ ଭିତରେ ନିଶାସକ୍ତ ଅବସ୍ଥାରେ ପ୍ରାୟ ୨୦ ରୁ ଉର୍ଦ୍ଧ୍ବ ଗାଡ଼ିକୁ ଧକ୍କା ଦେଇଥିଲା। କାର ଚାଳକ ।
ହଣ୍ଡିଧୁଆଁ ଆଡୁ ଦ୍ରୁତ ଗତିରେ ଆସୁଥିବା ଏକ କାର ପୁଲିସ ବ୍ୟାରିକେଡ଼ ଭାଙ୍ଗି ଲଗାତାର ଭାବେ ପଛ ପଛ ୨୦ ରୁ ଉର୍ଦ୍ଧ୍ବ ଗାଡ଼ିକୁ ଧକ୍କା ଦେଇ ବାଇପାସ୍ ଛକ ଆଡ଼କୁ ଚାଲିଯାଇଥିଲା । ଦୁ ଆଇଟିଆଇ ଛକ ପାଖରେ ଗୋଟିଏ ସ୍କୁଟିରେ ୨ ଜଣ ଲୋକ ଯାଉଥିବା ବେଳେ ତାଙ୍କୁ ପଛ ପଟୁ ଧକ୍କା ଦେବା ଦ୍ଵାରା ଦୁଇ ଜଣ ଉଡ଼ି ଉଡ଼ି ପଡିଥିବାର ଚିତ୍ର ସିସିଟିଭ ରେ କଏଦ ହୋଇଛି । ତେବେ ଗାଡ଼ିଟି ଧକ୍କା ଦେଇ ଖସି ଯାଉଥିବା ବେଳେ ପୁଲିସ ଗାଡ଼ିକୁ ଗୋଡ଼ିବନ୍ଧ ଅଞ୍ଚଳରୁ ଜବତ କରି ଥାନାକୁ ନେବା ସହ ଚାଳକକୁ ଗିରଫ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।