କନକବ୍ୟୁରୋ : ଇଲେକ୍ଟ୍ରି ଖୁଣ୍ଟିରେ ଧକ୍କା ହୋଇ ଜଳିଗଲା କାର । ଭୋର ସମୟରେ ଏକ ହୁଣ୍ଡାଇ କାର ଦ୍ରୁତ ଗତିରେ ପୁରୀ ଆଡୁ ଆସି ରାମଚଣ୍ଡୀ ମୁହାଁଣ ନିକଟ ଲୋଟସ ରିସର୍ଟ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗସ୍ତ ହୋଇଛି ।  କାରଟି ଇଲେକ୍ଟ୍ରି ଖୁଣ୍ଟିରେ ଧକ୍କା ହୋଇ ସମ୍ପୂର୍ଣ୍ଣ ଜଳି ଯାଇଛି। ଘଟଣାସ୍ଥଳରେ ୩ଟି ମୋବାଇଲ ଜଳିଯାଇଥିବା ଦେଖିବାକୁ ମିଳିଛି। ଗାଡ଼ିରେ ଖୋର୍ଦ୍ଧା ମୁକ୍ତାପୁର ଅଞ୍ଚଳର  ୪ ଜଣ ଯୁବକ କୋଣାର୍କ ଚନ୍ଦ୍ରଭଗା ବୁଲିବାକୁ ଯାଇଥିଲେ ବୋଲି ଚନ୍ଦ୍ରଭଗା ମେରାଇନି ଥାନା ଅଧିକାରୀ ପ୍ରକାଶ କରିଛନ୍ତି। ଖବର ପାଇ ଚମ୍ପାହର ଅଗ୍ନିଶମ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବା ବେଳକୁ କାରଟି ସମ୍ପୂର୍ଣ ଜଳି ଯାଇଥିଲା  । 

Advertisment

ପ୍ରବଳ କୁହୁଡି ପାଇଁ ଏହି ଦୁର୍ଘଟଣା ଘଟିଥାଏ ବୋଲି ଅନୁମାନ କରାଯାଉଛି। ସେପଟେ  ଏଟିଏମରେ ଲାଗିଲା ନିଆଁ    । ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ  । ଆକ୍ସିସ୍ ବ୍ୟାଙ୍କ ଏଟିଏମରେ ସଟ୍ ସର୍କିଟରୁ ନିଆଁ ଲାଗିଥିବା ସୂଚନା ମିଳିଛି। ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଛି  । 

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅସୁରେଶ୍ଵର ସୁଭଦ୍ରା ମହତାବ ମହାବିଦ୍ୟାଳୟ ନିକଟସ୍ଥ ଆକ୍ସିସ୍ ବ୍ୟାଙ୍କ ଏଟିଏମରେ । ଏଟିଏମରେ ଅଚାନକ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଥିଲା । ଖବର ପାଇ ନିଶ୍ଚିନ୍ତକୋଇଲି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ କରିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।