କନକ ବ୍ୟୁରୋ: ଜଳିଗଲା ଗଞ୍ଜେଇ ଚାଲାଣ ହେଉଥିବା ଗାଡି। ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଗଲା କାର। ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ନୂଆବଜାର ନିକଟରେ ଘଟିଛି ଘଟଣା। ସୂଚନା ମୁତାବକ ଆଜି(ଶନିବାର) ସକାଳୁ ଏକ ନମ୍ବର ବିହୀନ କାର ରେ ନିଅ ଲାଗିଥିବା ଦେଖିଥିଲେ ସ୍ଥାନୀୟ ଲୋକେ । ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେବାପରେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ । ଘଟଣା ସ୍ଥଳରେ ବିନିକା ପୋଲିସ ପହଞ୍ଚି ତଦନ୍ତ କରିବା ପରେ ଗାଡ଼ିରେ ଗଞ୍ଜେଇ ଭର୍ତ୍ତି ଥିବା ସୂଚନା ମିଳିଛି । ରାସ୍ତାମାଝିରେ ଗାଡି ଛାଡ଼ି ଡ୍ରାଇଭର ଫେରାର ମାରିଛି । ବର୍ତ୍ତମାନ ଜିଲ୍ଲାରେ ଅପରେସନ ପ୍ରହାର ମାଧ୍ୟମରେ ଗଂଜେଇ ଧର ପଗଡ଼ ଚାଲୁଥିବା ବେଳେ ଧରା ପଡିବ ଭୟରେ ଡ୍ରାଇଭର ଗାଡ଼ିରେ ନିଆଁ ଲଗାଇ ଫେରାର ମାରିଛି ।
ଗଞ୍ଜେଇ ଗାଡ଼ିକୁ ଜାଳିଲା ଡ୍ରାଇଭର, ଧରା ପଡ଼ିବା ଭୟରେ ମାରିଲା ଚମ୍ପଟ୍
ଗଞ୍ଜେଇ ଚାଲାଣ କରୁଥିବା ଗାଡ଼ିକୁ ଜାଳିଦେଲା ଡ୍ରାଇଭର । ସୁବର୍ଣ୍ଣପୁର ବିନିକା ନୂଆବଜାର ନିକଟରେ ହୁତୁ ହୁତୁ ହୋଇ ଜଳିଗଲା କାର୍ । ଘଟଣାସ୍ଥଳରେ ବିନିକା ପୁଲିସ୍ର ତନାଘନା ।
/kanak/media/media_files/2025/09/06/17-ganza-vehicle-2025-09-06-10-17-29.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)