ମୁମ୍ବାଇରେ ଅଭିନେତ୍ରୀଙ୍କ ଗାଡ଼ି ଚକା ତଳେ ପଡ଼ି ଜୀବନ ହାରିଲେ ଜଣେ ଶ୍ରମିକ । ଅଭିନେତ୍ରୀଙ୍କ ଜୀବନ ବଞ୍ଚାଇଲା ଏୟାରବ୍ୟାଗ୍

ଘଟଣାର ସୂଚନା ଦେଇ ପୁଲିସ୍ ଅଧିକାରୀ କହିଛନ୍ତି ଯେ ଦୁର୍ଘଟଣାରେ ଉଭୟ ଅଭିନେତ୍ରୀ ଏବଂ ଗାଡ଼ି ଚାଳକ ମଧ୍ୟ ଆହତ ହୋଇଛନ୍ତି । ଗତରାତିରେ ସୁଟିଂ ସାରି ଘରକୁ ଫେରୁଥିବା ବେଳେ ଅଭିନେତ୍ରୀଙ୍କ ଗାଡ଼ି ଦ୍ରୁତଗତିରେ ଥିଲା । ଚାଳକ ନିୟନ୍ତ୍ରଣ ନରଖିପାରି ରାସ୍ତା କଡ଼ରେ କାମ କରୁଥିବା ଶ୍ରମିକଙ୍କୁ ମାରିଥିଲେ ଟକ୍କର । 

urmilla

ଶନିବାର ମାୟାନଗରୀ ମୁମ୍ବାଇର କାନ୍ଦିବଲି ଅଞ୍ଚଳରେ ମରାଠି ଅଭିନେତ୍ରୀ ଉର୍ମିଳା କୋଠାରେଙ୍କ ଗାଡ଼ିରେ ଧକ୍କା ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସୀତ ହେଉଛନ୍ତି । ଘଟଣାର ସୂଚନା ଦେଇ ପୁଲିସ୍ ଅଧିକାରୀ କହିଛନ୍ତି ଯେ ଦୁର୍ଘଟଣାରେ ଉଭୟ ଅଭିନେତ୍ରୀ ଏବଂ ଗାଡ଼ି ଚାଳକ ମଧ୍ୟ ଆହତ ହୋଇଛନ୍ତି । ଗତରାତିରେ ସୁଟିଂ ସାରି ଘରକୁ ଫେରୁଥିବା ବେଳେ ଅଭିନେତ୍ରୀଙ୍କ ଗାଡ଼ି ଦ୍ରୁତଗତିରେ ଥିଲା । ଚାଳକ ନିୟନ୍ତ୍ରଣ ନରଖିପାରି ରାସ୍ତା କଡ଼ରେ କାମ କରୁଥିବା ଶ୍ରମିକଙ୍କୁ ମାରିଥିଲେ ଟକ୍କର । 

dsfsedfsedf

ପୁଲିସ୍ କହିବାନୁସାରେ , କାରର ଏୟାରବ୍ୟାଗ୍ ଠିକ୍ ସମୟରେ ଖୋଲିଯିବାରୁ ଅଭିନେତ୍ରୀଙ୍କ ଜୀବନ ବଞ୍ଚିଗଲା । ଘଟଣାଟି ମୁମ୍ବାଇର କାନ୍ଦିବଲି ଅଞ୍ଚଳରେ ଥିବା ପୋଇସର ମେଟ୍ରୋ ଷ୍ଟେସନ ନିକଟର ବୋଲି ଜଣାପଡ଼ିଛି । ଦ୍ରୁତଗତିରେ ଆସୁଥିବା ଗାଡ଼ିଟି ମେଟ୍ରୋ ପ୍ରୋଜେକ୍ଟ ଉପରେ କାମ କରୁଥିବା ୨ ଶ୍ରମିକଙ୍କୁ ଧକ୍କା ମାରିଥିଲା । ଯେଉଁଥିରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି । ପୁଲିସ୍ ଘଟଣାରେ ତତ୍ପରତା ଦେଖାଇ କାର୍ ଚାଳକଙ୍କ ବିରୋଧରେ ଏତଲା ଦାୟର କରି ଯାଞ୍ଚ୍ ଆରମ୍ଭ କରିଛନ୍ତି । 
 
 
 
 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe