ଶନିବାର ମାୟାନଗରୀ ମୁମ୍ବାଇର କାନ୍ଦିବଲି ଅଞ୍ଚଳରେ ମରାଠି ଅଭିନେତ୍ରୀ ଉର୍ମିଳା କୋଠାରେଙ୍କ ଗାଡ଼ିରେ ଧକ୍କା ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସୀତ ହେଉଛନ୍ତି । ଘଟଣାର ସୂଚନା ଦେଇ ପୁଲିସ୍ ଅଧିକାରୀ କହିଛନ୍ତି ଯେ ଦୁର୍ଘଟଣାରେ ଉଭୟ ଅଭିନେତ୍ରୀ ଏବଂ ଗାଡ଼ି ଚାଳକ ମଧ୍ୟ ଆହତ ହୋଇଛନ୍ତି । ଗତରାତିରେ ସୁଟିଂ ସାରି ଘରକୁ ଫେରୁଥିବା ବେଳେ ଅଭିନେତ୍ରୀଙ୍କ ଗାଡ଼ି ଦ୍ରୁତଗତିରେ ଥିଲା । ଚାଳକ ନିୟନ୍ତ୍ରଣ ନରଖିପାରି ରାସ୍ତା କଡ଼ରେ କାମ କରୁଥିବା ଶ୍ରମିକଙ୍କୁ ମାରିଥିଲେ ଟକ୍କର ।
/kanak/media/media_files/2024/12/28/nlX7A4a7DLxQOoUTdbC2.png)
ପୁଲିସ୍ କହିବାନୁସାରେ , କାରର ଏୟାରବ୍ୟାଗ୍ ଠିକ୍ ସମୟରେ ଖୋଲିଯିବାରୁ ଅଭିନେତ୍ରୀଙ୍କ ଜୀବନ ବଞ୍ଚିଗଲା । ଘଟଣାଟି ମୁମ୍ବାଇର କାନ୍ଦିବଲି ଅଞ୍ଚଳରେ ଥିବା ପୋଇସର ମେଟ୍ରୋ ଷ୍ଟେସନ ନିକଟର ବୋଲି ଜଣାପଡ଼ିଛି । ଦ୍ରୁତଗତିରେ ଆସୁଥିବା ଗାଡ଼ିଟି ମେଟ୍ରୋ ପ୍ରୋଜେକ୍ଟ ଉପରେ କାମ କରୁଥିବା ୨ ଶ୍ରମିକଙ୍କୁ ଧକ୍କା ମାରିଥିଲା । ଯେଉଁଥିରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି । ପୁଲିସ୍ ଘଟଣାରେ ତତ୍ପରତା ଦେଖାଇ କାର୍ ଚାଳକଙ୍କ ବିରୋଧରେ ଏତଲା ଦାୟର କରି ଯାଞ୍ଚ୍ ଆରମ୍ଭ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2024/12/28/TPEhZD80aFIGjNlSv1l5.png)