ଭାରସାମ୍ୟ ହରାଇ କାର୍‌ ଦୁର୍ଘଟଣାଗ୍ରସ୍ତ; ୨ ମୃତ, ୨ ଆହତ

Advertisment

ଭୁବନେଶ୍ୱରରୁ ଗୋଟିଏ ପରିବାରର ୪ ଜଣ ସଦସ୍ୟ ସମ୍ବଲପୁରରେ ଥିବା ନିଜ ଘରକୁ ଫେରୁଥିଲେ । ତେବେ ହଣ୍ଡପା ଥାନା ଗତିପୁରୁଣାପାଣି ନିକଟରେ ରାସ୍ତା ଉପରେ କାରଟି ଭାରସାମ୍ୟ ହରାଇବାରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଭୁବନେଶ୍ୱରରୁ ଗୋଟିଏ ପରିବାରର ୪ ଜଣ ସଦସ୍ୟ ସମ୍ବଲପୁରରେ ଥିବା ନିଜ ଘରକୁ ଫେରୁଥିଲେ । ତେବେ ହଣ୍ଡପା ଥାନା ଗତିପୁରୁଣାପାଣି ନିକଟରେ ରାସ୍ତା ଉପରେ କାରଟି ଭାରସାମ୍ୟ ହରାଇବାରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

Car accident

Car accident Photograph: (Kanak News)

କନକ ବ୍ୟୁରୋ : ଅନୁଗୁଳରେ କାର ଦୁର୍ଘଟଣାଗ୍ରସ୍ତ, ୨ ଜଣଙ୍କର ମୃତ୍ୟୁ । ହଣ୍ଡପା ଥାନା ଗତିପୁରୁଣାପାଣି ନିକଟରେ ଭାରସାମ୍ୟ ହରାଇ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ଭୁବନେଶ୍ୱରରୁ ଗୋଟିଏ ପରିବାରର ୪ ଜଣ ସଦସ୍ୟ ସମ୍ବଲପୁରରେ ଥିବା ନିଜ ଘରକୁ ଫେରୁଥିଲେ । ତେବେ ହଣ୍ଡପା ଥାନା ଗତିପୁରୁଣାପାଣି ନିକଟରେ ରାସ୍ତା ଉପରେ କାରଟି ଭାରସାମ୍ୟ ହରାଇବାରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ସମସ୍ତେ ଆହତ ହୋଇଥିଲେ ।

ଆହତଙ୍କୁ ପ୍ରଥମେ ରାଜକିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଏହାପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଥିଲେ । ତେବେ ସେଠାରେ ଗୀତାଞ୍ଜଳି ପଟେଲ ଓ ସ୍ୱରୂପା ସାଏଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe