କନକ ବ୍ୟୁରୋ : ଅନୁଗୁଳରେ କାର ଦୁର୍ଘଟଣାଗ୍ରସ୍ତ, ୨ ଜଣଙ୍କର ମୃତ୍ୟୁ । ହଣ୍ଡପା ଥାନା ଗତିପୁରୁଣାପାଣି ନିକଟରେ ଭାରସାମ୍ୟ ହରାଇ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ଭୁବନେଶ୍ୱରରୁ ଗୋଟିଏ ପରିବାରର ୪ ଜଣ ସଦସ୍ୟ ସମ୍ବଲପୁରରେ ଥିବା ନିଜ ଘରକୁ ଫେରୁଥିଲେ । ତେବେ ହଣ୍ଡପା ଥାନା ଗତିପୁରୁଣାପାଣି ନିକଟରେ ରାସ୍ତା ଉପରେ କାରଟି ଭାରସାମ୍ୟ ହରାଇବାରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ସମସ୍ତେ ଆହତ ହୋଇଥିଲେ ।
ଆହତଙ୍କୁ ପ୍ରଥମେ ରାଜକିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଏହାପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଥିଲେ । ତେବେ ସେଠାରେ ଗୀତାଞ୍ଜଳି ପଟେଲ ଓ ସ୍ୱରୂପା ସାଏଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/26/car-accident-2025-10-26-08-24-21.jpg)