କନକବ୍ୟୁରୋ : ଭାରତୀୟ ଟିମ୍ର ବିଜୟ ପାଇଁ ପୁରୀ ଶ୍ରୀମନ୍ଦିରରେ ପୂଜାର୍ଚ୍ଚନା । ବାରବାଟୀ ଟି-୨୦ରେ ଭାରତର ବିଜୟ ପାଇଁ ଶ୍ରୀ ଜଗନ୍ନାଥଙ୍କ ପାଖରେ ଦୀପଦାନ କରିଛନ୍ତି ପୁରୀ ସେବାୟତ । ଶ୍ରୀମନ୍ଦିର ସିଂହଦ୍ବାରରେ ପୁରୀ ସେବାୟତ ଏକତ୍ରିତ ହୋଇ ସମୂହ ଦୀପଦାନ କରିଛନ୍ତି । ସେପଟେ ଜଗା ଦର୍ଶନ ପାଇଁ ପୁରୀ ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି ଭାରତୀୟ ଖେଳାଳି ।
ଅଧିକ ପଢନ୍ତୁ... ବାରବାଟୀରେ କାହା ପଲ୍ଲା ଭାରି? ଭାରତ ନାଁରେ ରହିଛି ଲଜ୍ଜାଜନକ ରେକର୍ଡ
କୋଚ୍ ଗୌତମ ଗମ୍ଭୀରଙ୍କ ସମେତ, ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ୱାସିଂଟନ ସୁନ୍ଦର, ହାର୍ଦ୍ଦିକ ପାଣ୍ଡ୍ୟା ଓ ତିଲକ ବର୍ମା ମହାପ୍ରଭୁଙ୍କ ଆଶୀର୍ବାଦ ନେବେ। ଆଜି ସନ୍ଧ୍ୟା ୭ଟାରେ ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ବାରବାଟୀରେ ଖେଳାଯିବ। ଏହା ପୂର୍ବରୁ ଶ୍ରୀଜିଉଙ୍କ ଦର୍ଶନ କରିବାକୁ ପୁରୀ ଯାଇଛନ୍ତି ଖେଳାଳି ।
ସେପଟେ ବାରବାଟୀ ମ୍ୟାଚ୍ ପାଇଁ ଟ୍ବିନ୍ ସିଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି। ମ୍ୟାଚ୍ ପାଇଁ ମୋଟ ୭୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ସେପଟେ ବସ୍ ଚଳାଚଳ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।
ବାରବାଟୀ ମ୍ୟାଚ୍ ପାଇଁ କଟକ ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି
ଜିଆରପି ଓ ଆରପିଏଫ୍ ପକ୍ଷରୁ ୩୦ଜଣିଆ ସ୍ବତନ୍ତ୍ର ଟିମ୍ ପ୍ଲାଟଫର୍ମରେ ନିୟୋଜିତ
କଟକ ଷ୍ଟେସନରେ ୧୧୦ଟି ଉଭୟ ଏକ୍ସପ୍ରେସ ଓ ପାସେଞ୍ଜର ଟ୍ରେନ୍ ଚାଲିବ
ବରମୁଣ୍ଡା ବସ୍ଷ୍ଟାଣ୍ଡ ଓ କଟକ ରେଳ ଷ୍ଟେସନରୁ ‘ଆମ ବସ୍’ ସିଧା ବାରବାଟୀକୁ ଚଳାଚଳ କରିବ
ଅପରାହ୍ଣ ସାଢ଼େ ୩ଟାରୁ ୨୦ଟି ‘ଆମ ବସ୍’ ଚଳାଚଳ କରିବ
ଏହି ବସ୍ ଜୟଦେବବିହାର ଛକ-କିଟ୍ ଛକ, ନନ୍ଦନକାନନ, ଜୁଡିସିଆଲ୍ ଏକାଡେମୀ, ସତୀଚଉରା ଦେଇ ଚଳାଚଳ କରିବ
ଭୁବନେଶ୍ବର ରେଳ ଷ୍ଟେସନ୍ରୁ ବାରବାଟୀ ଷ୍ଟାଡିୟମ୍ ଯିବାକୁ ଥିବା ବସ୍ ବାଣୀବିହାରରୁ ଲିଙ୍କରୋଡ୍, ସିଏନବିଟି, ଜୁଡିସିଆଲ୍ ଏକାଡେମି, ସତୀଚଉରା ଦେଇ ବାରବାଟୀରେ ପହଞ୍ଚିବ ,
ସିଏନବିଟିକୁ ପୂର୍ବ ଭଳି କଟକ-ଭୁବନେଶ୍ବର ରାସ୍ତାରେ ଚଳାଚଳ କରୁଥିବା ୧୬୦ଟି ବସ୍ ଚାଲିବ , ବାରବାଟୀ ମ୍ୟାଚ୍ ପାଇଁ ଯାତାୟତ ନେଇ କଟକଣା ଲାଗୁ ହୋଇଛି । ଜନସାଧରଣଙ୍କ ଏବଂ ଦର୍ଶକଙ୍କ ପାଇଁ ନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛି କମିଶନରେଟ ପୁଲିସ। ସକାଳ ୮ଟାରୁ ଭିଡ଼ ଭାଙ୍ଗିବା ପର୍ଯ୍ୟନ୍ତ ଟ୍ରାଫିକ କଟକଣା ଜାରି କରାଯାଇଛି । ମାତା ମଠ ପଟୁ ମହାନଦୀ ରିଂ ରୋଡ୍ରେ ଆସୁଥିବା ସମସ୍ତ ଯାନବାହନ ଗୁଡ଼ିକ ତଳ ବାଲିଯାତ୍ରା ପଡ଼ିଆରେ ନିଜ ଗାଡିଗୁଡିକୁ ପାର୍ଟି କରି ପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/12/09/16-2025-12-09-11-34-50.jpg)