କନକ ବ୍ୟୁରୋ : ରାଜଧାନୀର ଟ୍ରାଫିକ ବ୍ୟବସ୍ଥାକୁ ବାରମ୍ବାର ପ୍ରଶ୍ନ ଉଠୁଛି । ଯାହାର ଏକ ଉଦାହରଣ ଆଜି ଦେଖିବାକୁ ମିଳିଛି । ସାଧାରଣ ଲୋକଙ୍କ କଥା କିଏ ପଚାରେ, ନିଜେ ମୁଖ୍ୟମନ୍ତ୍ରୀମଧ୍ୟ ଟ୍ରାଫିକରେ ସୁରକ୍ଷିତ ନୁହଁନ୍ତି । କାରଣ ଆଜି ମୁଖ୍ୟମନ୍ତ୍ରୀଙ୍କ କାରକେଡ ଭିତରକୁ ଏକ ଅଜଣା କାର ପଶିଯିବା ପରେ ମୁୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି ।
ବିଧାନସଭାରେ ଶୋକ ପ୍ରସ୍ତାବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଲେ…
ଏ ତ୍ରୁଟି ଅନ୍ୟ କେଉଁଠି ନୁହେଁ ଖୋଦ୍ କମିଶନରେଟ୍ ପୁଲିସ କାର୍ଯ୍ୟାଳୟ ସମ୍ମୁଖରେ ଘଟିଛି । ମୁଖ୍ୟମନ୍ତ୍ରୀଙ୍କ କାରକେଡ କମିଶନରେଟ ପୁଲିସ କାର୍ଯ୍ୟାଳୟ ନିକଟରେ ଯାଉଥିବା ବେଳେ ହଠାତ ଏକ କାର କାରକେଡ ଭିତରକୁ ପଶିଆସିଥିଲା । ଏହାପରେ ଉପସ୍ଥିତ ପୁଲିସ କର୍ମଚାରୀମାନେ କାରକୁ ଘେରି ଯାଇଥିଲେ । କଡ଼ା ସୁରକ୍ଷା ସତ୍ତେ୍ୱ କାରକେଡ୍ ଭିତରକୁ କାର କିଭଳି ପଶିଲା ତାକୁ ନେଇ ପ୍ରଶ୍ନ ଉଠୁଛି ।
Follow Us