ଜବରଦଖଲକାରୀଙ୍କ କବ୍‌ଜାରେ ରାଜଧାନୀ : ଯିଏ ଯୁଆଡ଼େ ପାରିଲା ମାଡ଼ି ବସିଲା

Advertisment

୧୬.୪୮୪ ସ୍କୋୟାର କିଲୋମିଟର ପରିସୀମା ଏହାର ଅନ୍ତର୍ଭୁକ୍ତ ଥିଲା, କିନ୍ତୁ ଏବେ ସହର କୁଆଡ଼କୁ ମାଡ଼ିଗଲାଣି, କିଏ କେତେ ଜାଗା ମାଡ଼ି ବସିଲାଣି?

୧୬.୪୮୪ ସ୍କୋୟାର କିଲୋମିଟର ପରିସୀମା ଏହାର ଅନ୍ତର୍ଭୁକ୍ତ ଥିଲା, କିନ୍ତୁ ଏବେ ସହର କୁଆଡ଼କୁ ମାଡ଼ିଗଲାଣି, କିଏ କେତେ ଜାଗା ମାଡ଼ି ବସିଲାଣି?

Bhubaneswar

Photograph: (kanaknews)

କନକ ବ୍ୟୁରୋ :  ରାଜଧାନୀ ଭୁବନେଶ୍ୱର... ଚଣ୍ଡୀଗଡ଼ ସହ ସମାନ୍ତରାଳ ଭାବେ ନିର୍ମାଣ କରାଯାଇଥିଲା । ୧୬.୪୮୪ ସ୍କୋୟାର କିଲୋମିଟର ପରିସୀମା ଏହାର ଅନ୍ତର୍ଭୁକ୍ତ ଥିଲା, କିନ୍ତୁ ଏବେ ସହର କୁଆଡ଼କୁ ମାଡ଼ିଗଲାଣି, କିଏ କେତେ ଜାଗା ମାଡ଼ି ବସିଲାଣି? ତାର ସଠିକ ତଥ୍ୟ କାହା ପାଖରେ ନାହିଁ । ଏଭଳି ସ୍ଥିତିରେ ସରକାର ଚରମ ପଦକ୍ଷେପ ନେଇଛନ୍ତି । ବିଭିନ୍ନ ବସ୍ତି ସମେତ ସହରାଞ୍ଚଳର ଅନେକ ଜାଗାରୁ ଜବରଦଖଲ ଉଚ୍ଛେଦ କରିଛନ୍ତି । ଗୋଟିଏ ସପ୍ତାହରେ ଡମଣାରୁ ଶୈଳଶ୍ରୀ ବିହାର ଓ ପାଣ୍ଡରା ଛକ ନିକଟରେ ଜବରଦଖଲ ଉଚ୍ଛେଦ ହୋଇଛି ।

ନିୟମ ଅନୁସାରେ ହେଉନାହିଁ  ଘର
ବିଭିନ୍ନ ସମୟରେ ଜବରଦଖଲ ଉଚ୍ଛେଦ କରାଯାଉଛି, କିନ୍ତୁ ତାହା ସମୁଦ୍ରକୁ ଶଙ୍ଖେ ଭଳି । ଅନେକ ଜାଗା ଏବେ ବି ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି ଯାହାର ସଠିକ ତଥ୍ୟ ନାହିଁ । ନିୟମ ଅନୁସାରେ ଘର ହେଉ ନାହିଁ । ମନଇଚ୍ଛା ଆପାର୍ଟମେଣ୍ଟ ନିର୍ମାଣ ହେଉଛି । ଏଥିସହ ଉଚ୍ଛେଦ ପରେ ଲୋକଙ୍କୁ ସଠିକ ଜାଗାରେ ଥଇଥାନ କରାଯାଉନଥିବାରୁ ଏଭଳି ସମସ୍ୟା ଉପୁଜୁଥିବା କହିଛନ୍ତି ଟାଉନ ପ୍ଲାନର । ଜବରଦଖଲ ହଟାଇବା ପାଇଁ ସରକାର ଆଗକୁ କଣ କଠୋର ପଦକ୍ଷେପ ଗ୍ରହଣ କରୁଛନ୍ତି ତାରି ଉପରେ ନଜର । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe