କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱର... ଚଣ୍ଡୀଗଡ଼ ସହ ସମାନ୍ତରାଳ ଭାବେ ନିର୍ମାଣ କରାଯାଇଥିଲା । ୧୬.୪୮୪ ସ୍କୋୟାର କିଲୋମିଟର ପରିସୀମା ଏହାର ଅନ୍ତର୍ଭୁକ୍ତ ଥିଲା, କିନ୍ତୁ ଏବେ ସହର କୁଆଡ଼କୁ ମାଡ଼ିଗଲାଣି, କିଏ କେତେ ଜାଗା ମାଡ଼ି ବସିଲାଣି? ତାର ସଠିକ ତଥ୍ୟ କାହା ପାଖରେ ନାହିଁ । ଏଭଳି ସ୍ଥିତିରେ ସରକାର ଚରମ ପଦକ୍ଷେପ ନେଇଛନ୍ତି । ବିଭିନ୍ନ ବସ୍ତି ସମେତ ସହରାଞ୍ଚଳର ଅନେକ ଜାଗାରୁ ଜବରଦଖଲ ଉଚ୍ଛେଦ କରିଛନ୍ତି । ଗୋଟିଏ ସପ୍ତାହରେ ଡମଣାରୁ ଶୈଳଶ୍ରୀ ବିହାର ଓ ପାଣ୍ଡରା ଛକ ନିକଟରେ ଜବରଦଖଲ ଉଚ୍ଛେଦ ହୋଇଛି ।
ନିୟମ ଅନୁସାରେ ହେଉନାହିଁ ଘର
ବିଭିନ୍ନ ସମୟରେ ଜବରଦଖଲ ଉଚ୍ଛେଦ କରାଯାଉଛି, କିନ୍ତୁ ତାହା ସମୁଦ୍ରକୁ ଶଙ୍ଖେ ଭଳି । ଅନେକ ଜାଗା ଏବେ ବି ଜବରଦଖଲକାରୀଙ୍କ କବ୍ଜାରେ ରହିଛି ଯାହାର ସଠିକ ତଥ୍ୟ ନାହିଁ । ନିୟମ ଅନୁସାରେ ଘର ହେଉ ନାହିଁ । ମନଇଚ୍ଛା ଆପାର୍ଟମେଣ୍ଟ ନିର୍ମାଣ ହେଉଛି । ଏଥିସହ ଉଚ୍ଛେଦ ପରେ ଲୋକଙ୍କୁ ସଠିକ ଜାଗାରେ ଥଇଥାନ କରାଯାଉନଥିବାରୁ ଏଭଳି ସମସ୍ୟା ଉପୁଜୁଥିବା କହିଛନ୍ତି ଟାଉନ ପ୍ଲାନର । ଜବରଦଖଲ ହଟାଇବା ପାଇଁ ସରକାର ଆଗକୁ କଣ କଠୋର ପଦକ୍ଷେପ ଗ୍ରହଣ କରୁଛନ୍ତି ତାରି ଉପରେ ନଜର ।