ଏପ୍ରିଲ ପ୍ରଥମ ସପ୍ତାହରୁ କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ କାମ, ଖୋର୍ଦ୍ଧା ରାମେଶ୍ୱରରୁ ବିଲିପଡ଼ା ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇଛି ପ୍ରକଳ୍ପ

Advertisment

ଏଣିକି ଭୁବନେଶ୍ୱର ରାସ୍ତାରେ ହେବ ନାହିଁ ଗହଳି । ସମସ୍ୟା ଦୂର କରିବ କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ । ଏନେଇ ମଞ୍ଜୁରି ମିଳିସାରିଥିବା ବେଳେ, ଏପ୍ରିଲ ପ୍ରଥମ ସପ୍ତାହରୁ କାମ ଆରମ୍ଭ କରିବାକୁ ଏନଏଚଏଆଇ ପ୍ରସ୍ତୁତ । ୧୧୧ କିଲୋମିଟର ଦୀର୍ଘ ଏହି ରିଙ୍ଗ ରୋଡକୁ ତିନିଟି ପର୍ଯ୍ୟାୟରେ  ନିର୍ମାଣ କରାଯିବ ।

ଏଣିକି ଭୁବନେଶ୍ୱର ରାସ୍ତାରେ ହେବ ନାହିଁ ଗହଳି । ସମସ୍ୟା ଦୂର କରିବ କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ । ଏନେଇ ମଞ୍ଜୁରି ମିଳିସାରିଥିବା ବେଳେ, ଏପ୍ରିଲ ପ୍ରଥମ ସପ୍ତାହରୁ କାମ ଆରମ୍ଭ କରିବାକୁ ଏନଏଚଏଆଇ ପ୍ରସ୍ତୁତ । ୧୧୧ କିଲୋମିଟର ଦୀର୍ଘ ଏହି ରିଙ୍ଗ ରୋଡକୁ ତିନିଟି ପର୍ଯ୍ୟାୟରେ  ନିର୍ମାଣ କରାଯିବ ।

1A

କନକ ବ୍ୟୁରୋ : କ୍ୟାପିଟାଲ ରିଜିଅନ ରିଙ୍ଗରୋଡରେ ଖୁବଶୀଘ୍ର ଆରମ୍ଭ ହେବ କାମ । ଖୋର୍ଦ୍ଧା ରାମେଶ୍ୱରରୁ ବାହାରି ବିଲିପଡ଼ା ପର୍ଯ୍ୟନ୍ତ  ଯିବ ଏହି ମେଗା ପ୍ରକଳ୍ପ । ଟ୍ୱିନ୍ ସିଟିର ଟ୍ରାଫିକ୍ ଚାପ କମିବା ସହ ଯାତାୟାତ ବ୍ୟବସ୍ଥାକୁ ସହଜ କରିବ ଏହି ପ୍ରକଳ୍ପ ।

ଏଣିକି ଭୁବନେଶ୍ୱର ରାସ୍ତାରେ ହେବ ନାହିଁ ଗହଳି । ସମସ୍ୟା ଦୂର କରିବ କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ । ଏନେଇ ମଞ୍ଜୁରି ମିଳିସାରିଥିବା ବେଳେ, ଏପ୍ରିଲ ପ୍ରଥମ ସପ୍ତାହରୁ କାମ ଆରମ୍ଭ କରିବାକୁ ଏନଏଚଏଆଇ ପ୍ରସ୍ତୁତ । ୧୧୧ କିଲୋମିଟର ଦୀର୍ଘ ଏହି ରିଙ୍ଗ ରୋଡକୁ ତିନିଟି ପର୍ଯ୍ୟାୟରେ  ନିର୍ମାଣ କରାଯିବ । ମୋଟ ଖର୍ଚ୍ଚ ହେବ ପ୍ରାୟ ୮ ହଜାର ୩ଶହ କୋଟି ଟଙ୍କା । ଅଢ଼େଇ ବର୍ଷ ମଧ୍ୟରେ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ଲକ୍ଷ୍ୟ ରହିଥିବା କହିଛନ୍ତି ଏନଏଚଏଆଇ କର୍ତ୍ତୃପକ୍ଷ ।

ଅଧିକ ପଢ଼ନ୍ତୁ : ବ୍ରହ୍ମପୁର ପାଇଁ ଅଡୁଆ ହୋଇଛି ଟ୍ରାଫିକ୍ ସମସ୍ୟା ! ସ୍ୱପ୍ନରେ ସିଲକ୍ ସିଟିର ରିଙ୍ଗରୋଡ

ରିଙ୍ଗ ରୋଡ କାମ ସରିଲେ, ଜାତୀୟ ରାଜପଥ ୧୬ ଉପରୁ ଚାପ କମିବ। ବିଶେଷକରି ଖୋର୍ଦ୍ଧା, ଭୁବନେଶ୍ୱର ଓ କଟକର ମୁଖ୍ୟ ରାସ୍ତାରେ ଭିଡ଼ କମିବ । ତିନୋଟି ପ୍ୟାକେଜରେ କାମ ହେବାକୁ ଥିବା ବେଳେ, ପ୍ରତି ପ୍ୟାକେଜ ପାଇଁ ୧୫ଟି ଲେଖାଏଁ ବିଡ୍‌ ଗ୍ରହଣ କରାଯାଇଛି । ଆଗାମୀ ଦେଢ଼ ମାସ ମଧ୍ୟରେ ଠିକାସଂସ୍ଥା ଚୂଡ଼ାନ୍ତ ହେବ । ତେବେ ଏହା ଏକ ଆକ୍ସେସ କଣ୍ଟ୍ରୋଲ୍ ଗ୍ରିନ୍‌ଫିଲ୍ଡ ପ୍ରକଳ୍ପ। ଅର୍ଥାତ୍ ଯେଉଁଠି ସେଠି ଯାନବାହନ ପ୍ରବେଶ କରିପାରିବେ ନାହିଁ । ମୋଟ ୮ଟି ସ୍ଥାନରେ ନିର୍ଦ୍ଧାରିତ ପ୍ରବେଶ ଓ ପ୍ରସ୍ଥାନ ପଏଣ୍ଟ ରହିବ । ଏହାଦ୍ୱାରା ଅଯଥା ଭିଡ଼ ହେବ ନାହିଁ ଏବଂ ଯାତ୍ରୀମାନେ କମ୍ ସମୟରେ ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିବେ ।  ଏପ୍ରିଲରୁ ଯଦି କାମ ଆରମ୍ଭ ହୁଏ, ତେବେ ଆଗାମୀ ଦୁଇରୁ ଅଢ଼େଇ ବର୍ଷ ମଧ୍ୟରେ କ୍ୟାପିଟାଲ ରିଜିଅନର ଯାତାୟାତ ଚିତ୍ର ସମ୍ପୂର୍ଣ୍ଣ ବଦଳିଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe