କନକ ବ୍ୟୁରୋ : କ୍ୟାପିଟାଲ ରିଜିଅନ ରିଙ୍ଗରୋଡରେ ଖୁବଶୀଘ୍ର ଆରମ୍ଭ ହେବ କାମ । ଖୋର୍ଦ୍ଧା ରାମେଶ୍ୱରରୁ ବାହାରି ବିଲିପଡ଼ା ପର୍ଯ୍ୟନ୍ତ ଯିବ ଏହି ମେଗା ପ୍ରକଳ୍ପ । ଟ୍ୱିନ୍ ସିଟିର ଟ୍ରାଫିକ୍ ଚାପ କମିବା ସହ ଯାତାୟାତ ବ୍ୟବସ୍ଥାକୁ ସହଜ କରିବ ଏହି ପ୍ରକଳ୍ପ ।
ଏଣିକି ଭୁବନେଶ୍ୱର ରାସ୍ତାରେ ହେବ ନାହିଁ ଗହଳି । ସମସ୍ୟା ଦୂର କରିବ କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ । ଏନେଇ ମଞ୍ଜୁରି ମିଳିସାରିଥିବା ବେଳେ, ଏପ୍ରିଲ ପ୍ରଥମ ସପ୍ତାହରୁ କାମ ଆରମ୍ଭ କରିବାକୁ ଏନଏଚଏଆଇ ପ୍ରସ୍ତୁତ । ୧୧୧ କିଲୋମିଟର ଦୀର୍ଘ ଏହି ରିଙ୍ଗ ରୋଡକୁ ତିନିଟି ପର୍ଯ୍ୟାୟରେ ନିର୍ମାଣ କରାଯିବ । ମୋଟ ଖର୍ଚ୍ଚ ହେବ ପ୍ରାୟ ୮ ହଜାର ୩ଶହ କୋଟି ଟଙ୍କା । ଅଢ଼େଇ ବର୍ଷ ମଧ୍ୟରେ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ଲକ୍ଷ୍ୟ ରହିଥିବା କହିଛନ୍ତି ଏନଏଚଏଆଇ କର୍ତ୍ତୃପକ୍ଷ ।
ଅଧିକ ପଢ଼ନ୍ତୁ : ବ୍ରହ୍ମପୁର ପାଇଁ ଅଡୁଆ ହୋଇଛି ଟ୍ରାଫିକ୍ ସମସ୍ୟା ! ସ୍ୱପ୍ନରେ ସିଲକ୍ ସିଟିର ରିଙ୍ଗରୋଡ
ରିଙ୍ଗ ରୋଡ କାମ ସରିଲେ, ଜାତୀୟ ରାଜପଥ ୧୬ ଉପରୁ ଚାପ କମିବ। ବିଶେଷକରି ଖୋର୍ଦ୍ଧା, ଭୁବନେଶ୍ୱର ଓ କଟକର ମୁଖ୍ୟ ରାସ୍ତାରେ ଭିଡ଼ କମିବ । ତିନୋଟି ପ୍ୟାକେଜରେ କାମ ହେବାକୁ ଥିବା ବେଳେ, ପ୍ରତି ପ୍ୟାକେଜ ପାଇଁ ୧୫ଟି ଲେଖାଏଁ ବିଡ୍ ଗ୍ରହଣ କରାଯାଇଛି । ଆଗାମୀ ଦେଢ଼ ମାସ ମଧ୍ୟରେ ଠିକାସଂସ୍ଥା ଚୂଡ଼ାନ୍ତ ହେବ । ତେବେ ଏହା ଏକ ଆକ୍ସେସ କଣ୍ଟ୍ରୋଲ୍ ଗ୍ରିନ୍ଫିଲ୍ଡ ପ୍ରକଳ୍ପ। ଅର୍ଥାତ୍ ଯେଉଁଠି ସେଠି ଯାନବାହନ ପ୍ରବେଶ କରିପାରିବେ ନାହିଁ । ମୋଟ ୮ଟି ସ୍ଥାନରେ ନିର୍ଦ୍ଧାରିତ ପ୍ରବେଶ ଓ ପ୍ରସ୍ଥାନ ପଏଣ୍ଟ ରହିବ । ଏହାଦ୍ୱାରା ଅଯଥା ଭିଡ଼ ହେବ ନାହିଁ ଏବଂ ଯାତ୍ରୀମାନେ କମ୍ ସମୟରେ ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିବେ । ଏପ୍ରିଲରୁ ଯଦି କାମ ଆରମ୍ଭ ହୁଏ, ତେବେ ଆଗାମୀ ଦୁଇରୁ ଅଢ଼େଇ ବର୍ଷ ମଧ୍ୟରେ କ୍ୟାପିଟାଲ ରିଜିଅନର ଯାତାୟାତ ଚିତ୍ର ସମ୍ପୂର୍ଣ୍ଣ ବଦଳିଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/08/1a-2026-02-08-18-28-15.jpg)