କନକ ବ୍ୟୁରୋ: ଆଇନର ହାତ ଲମ୍ବା। ଜଣେ ଅପରାଧ କରି ବେଶୀ ଦିନ ଆଇନ ଆଖିରେ ଧୁଳି ଦେଇପାରିବନି। ପ୍ରତିଦିନ ଆପଣ ଦୁଷ୍କର୍ମ ଓ ହତ୍ୟା ସମ୍ପର୍କିତ ଖବର ଦେଖୁଥିବେ ଓ ଶୁଣୁଥିବେ। ହେଲେ ଦୋଷୀଙ୍କୁ ଦଣ୍ଡ ସମ୍ପର୍କିତ ଖବର ସଂଖ୍ୟା କମ। ଆଜି ଏମିତି ଏକ ଜଘନ୍ୟ କାଣ୍ଡର ଦୋଷୀକୁ ଦଣ୍ଡାଦେଶ କରିଛନ୍ତି ସମ୍ବଲପୁର ସ୍ବତନ୍ତ୍ର ପକ୍ସୋ କୋର୍ଟ। ଜଣେ ଦୁଷ୍କର୍ମ ଓ ହତ୍ୟାକାରୀକୁ ମିଳିଛି ଫାଶୀ ଦଣ୍ଡାଦେଶ। ୨୦୨୨ରେ ଜମନକିରା ଥାନା ଅନ୍ତର୍ଗତ କସଡ଼ା ଗ୍ରାମରେ ଜଣେ ନାବାଳିକାଙ୍କୁ ସେହି ଗ୍ରାମର ପ୍ରଶାନ୍ତ ବଘାର ନାମକ ଜଣେ ବ୍ୟକ୍ତି ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲା। ଘଟଣାରେ ଅଭିଯୁକ୍ତକୁ ଗିରଫ କରିଥିଲା ପୁଲିସ। ଦୁଇ ବର୍ଷ ପରେ ସ୍ୱତନ୍ତ୍ର ପକ୍ସୋ କୋର୍ଟ ଏହାର ରାୟ ଶୁଣାଇଛନ୍ତି ଓ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି। ଏହାସହ ଏକ ଲକ୍ଷ ଟଙ୍କା ଜରିମାନାର ଆଦେଶ ଦେଇଛନ୍ତି ସ୍ବତନ୍ତ୍ର ପକ୍ସୋ କୋର୍ଟ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)