ଦୀପାବଳି ପୂର୍ବରୁ ପ୍ରଦୂଷିତ ରାଜଧାନୀ : ପ୍ରଦୂଷଣ ରୋକିବାକୁ ଡ୍ରୋନ୍ ମ୍ୟାପିଂ ଆରମ୍ଭ କଲେ ଦିଲ୍ଲୀ ସରକାର

ଶୀତ ଦିନ ଆରମ୍ଭରୁ ଚିନ୍ତା ବଢାଇଲାଣି ନୂଆଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ଥିତି । ଏଠାରେ ବାୟୁ ଗୁଣବତ୍ତାର ମାନ ୪୦୦ ପାର୍ ହେବାକୁ ବସିଲାଣି । ସକାଳ ଆରମ୍ଭରୁ ଘନ କୁହୁଡିର ଭ୍ରମ ସୃଷ୍ଟି ହେଉଥିବା ବେଳେ ଲୋକମାନେ ଘରୁ ବାହାରିବାକୁ ମଧ୍ୟ ଭୟ କରୁଛନ୍ତି

delhi 1

କନକବ୍ୟୁରୋ: ଶୀତ ଦିନ ଆରମ୍ଭରୁ ଚିନ୍ତା ବଢାଇଲାଣି ନୂଆଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ଥିତି। ଏଠାରେ ବାୟୁ ଗୁଣବତ୍ତାର ମାନ ୪୦୦ ପାର୍ ହେବାକୁ ବସିଲାଣି। ସକାଳ ଆରମ୍ଭରୁ ଘନ କୁହୁଡିର ଭ୍ରମ ସୃଷ୍ଟି ହେଉଥିବା ବେଳେ ଲୋକମାନେ ଘରୁ ବାହାରିବାକୁ ମଧ୍ୟ ଭୟ କରୁଛନ୍ତି।

ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢ଼ିଚାଲିଥିବା ବେଳେ ଅଧିକାଂଶ ଦିଲ୍ଲୀ ବାସିନ୍ଦା ଏବେ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିବା କହୁଛନ୍ତି। ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଘୋଷଣା କରିଛନ୍ତି ଯେ ଦିଲ୍ଲୀରେ ସମସ୍ତ ୧୩ଟି ହଟ୍‌ସ୍ପଟ୍‌ରେ ଡ୍ରୋନ୍‌ ନିରୀକ୍ଷଣ କରାଯିବ।

ଏହିସବୁ ହଟ୍‌ସ୍ପଟ୍‌ଗୁଡ଼ିକରେ ପ୍ରଦୂଷଣ ସ୍ତର ସ୍ବାଭାବିକ ଏକ୍ୟୁଆଇ ଠାରୁ ଅଧିକ ରହୁଛି।  ଶୀତ ପ୍ରଦୁଷଣ ନିୟନ୍ତ୍ରଣ ନିମନ୍ତେ ସରକାର ଏକ ୱିଣ୍ଟର ଆକ୍ସନ୍‌ ପ୍ଲାନ୍‌ ଆରମ୍ଭ କରିଛନ୍ତି ବୋଲି ଗୋପାଳ ରାୟ କହିଛନ୍ତି ।  

ଦିଲ୍ଲୀରେ ପ୍ରଦୂଷଣ ବଢ଼ୁଥିବା ନେଇ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନା ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ଏକ ଚିଠି ଲେଖି  ନଭେମ୍ବର ୧ରୁ ଫେବ୍ରୁଆରି ଶେଷ ପର୍ୟ୍ୟନ୍ତ  ୪ ମାସ ପାଇଁ ସିଭିଲ୍‌ ଡିଫେନ୍ସ ଭଲ୍ୟୁଣ୍ଟିୟର ମୁତୟନ କରିବାକୁ  ପ୍ରସ୍ତାବ ଦେଇଛନ୍ତି।

ସେପଟେ ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଥିବା ବେଳେ ପଡୋଶୀ ରାଜ୍ୟରେ ଥମିବାର ନାଁ ନେଉନି। ପଞ୍ଜାବର ବିଭିନ୍ନ ସ୍ଥାନରୁ ନଡ଼ା ପୋଡିର ଦୃଶ୍ୟ ଦେଖିବାକୁ ମିଳୁଛି । ସୀମାବର୍ତ୍ତୀ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚାଷୀ ମାନେ ବେଆଇନ ଭାବେ  ନଡ଼ା ପୋଡୁଛନ୍ତି ।

ଏହା ଉପରେ ହରିୟାଣା ସରକାର କାର୍ଯ୍ୟାନୁଷ୍ଠାନ  ନେଉଥିଲେ ମଧ୍ୟ ନଡ଼ା ପୋଡି ଉପରେ ରୋକ୍ ଲାଗୁନାହିଁ। ନଡ଼ା ପୋଡ଼ି ଦ୍ବାରା ବାୟୁ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ସର୍ବୋଚ୍ଚ ଅଦାଲତ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe