କ୍ୟାପିଟାଲ ହସ୍ପିଟାଲରେ ଲାଗିରହିଛି ଅଚଳାବସ୍ଥା, କାଲି ଶିଶୁ ମୃତ୍ୟୁକୁ ନେଇ ତୁମ୍ୱି ତୋଫାନ ପରେ ଆଜି ସୁରକ୍ଷାକର୍ମୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

କାଲି ଶିଶୁ ମୃତ୍ୟୁକୁ ନେଇ ତମ୍ୱି ତୋଫାନ ପରେ ଆଜି ସୁରକ୍ଷାକର୍ମୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ଥମିବାର ନାଁ ନେଉନି ବିବାଦ ।

କ୍ୟାପିଟାଲ ହସ୍ପିଟାଲରେ ବିବାଦ

କ୍ୟାପିଟାଲ ହସ୍ପିଟାଲରେ ବିବାଦ Photograph: (Kanaknews)

କନକ ବ୍ୟୁରୋ:  ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଅଟୋ ଚାଳକଙ୍କ ଆନ୍ଦୋଳନ ପରେ ଏବେ ଧାରଣାରେ ବସିଛନ୍ତି ଡାକ୍ତରଖାନାର ସିକ୍ୟୁରିଟି ଗାର୍ଡ । ଆନ୍ଦୋଳନରତ ଅଟୋ ଚାଳକ ସିକ୍ୟୁରିଟି ଗାର୍ଡଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ଧାରଣାରେ ବସିଛନ୍ତି ସିକ୍ୟୁରିଟି ଗାର୍ଡ। ଆକ୍ରମଣକାରୀଙ୍କୁ ଗିରଫ ଦାବି କରିଛନ୍ତି ଆନ୍ଦୋଳନକାରୀ। ଏହାସହ କ୍ୟାପିଟାଲ ହସ୍ପିଟାଲକୁ ଆସୁଥିବା ସମସ୍ତ ଅନଲାଇନ ଅଟୋକୁ ମଧ୍ୟ ହସ୍ପିଟାଲ ପରିସରରୁ ବାହାର କରିଦେଇଛନ୍ତି ଆନ୍ଦୋଳନକାରୀ । 
 
ସିକ୍ୟୁରିଟି ଗାର୍ଡଙ୍କ ଆନ୍ଦୋଳନ ଯୋଗୁଁ ହସ୍ପିଟାଲରେ ଅଚଳାବସ୍ଥା ଦେଖିବାକୁ ମିଳିଥିଲା। ସିକ୍ୟୁରିଟି ଗାର୍ଡ ହସ୍ପିଟାଲର କିଛି ରାସ୍ତା ଅବରୋଧ କରିଥିବାରୁ ରୋଗୀ ଓ ତାଙ୍କ ସମ୍ପର୍କୀୟ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ବିଭିନ୍ନ ଓ୍ବାର୍ଡରେ ରୋଗୀଙ୍କ ଗହଳି ଜମିଥିବାରୁ ରୋଗୀ ସେବାରେ ବି ସମସ୍ୟା ଉପୁଜିଥିଲା। ସିକ୍ୟୁରିଟି ଗାର୍ଡ କାର୍ଯ୍ୟ ବନ୍ଦ କରିଥିବାରୁ ବିଭିନ୍ନ ଓ୍ବାର୍ଡରେ ପୋଲିସ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଥିଲେ ।  
 
 କ୍ୟାପିଟାଲ ହସ୍ପିଟାଲରେ ସୋମବାର ଶିଶୁ ମୃତ୍ୟୁ ଘଟଣାକୁ ନେଇ ହୋଇଥିଲା ତୁମ୍ବିତୋଫାନ। ଗୋଟିଏ ପଟେ ସ୍ବତନ୍ତ୍ର କମିଟି ଶିଶୁ ମୃତ୍ୟୁ ଘଟଣାର ତଦନ୍ତ କରୁଥିବା ବେଳେ ଅନ୍ୟ ପଟେ ଆକ୍ରମଣକାରୀଙ୍କ ଗିରଫ ଦାବିରେ ଧାରଣାରତ ଅଛନ୍ତି ସିକ୍ୟୁରିଟି ଗାର୍ଡ। ଆଉ ଏହାର ପ୍ରଭାବ ପଡିଛି ସାଧାରଣ ରୋଗୀଙ୍କ ଉପରେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe