କନକ ବ୍ୟୁରୋ: ଚାକିରି ନିଯୁକ୍ତି ଅନିୟମିତତା ଅଭିଯୋଗ ନେଇ ଓଏସ୍‌ଏସ୍‌ଏସ୍‌ସି କାର୍ୟ୍ୟାଳୟ ଘେରିଲେ ଶହ ଶହ ପରୀକ୍ଷାର୍ଥୀ । ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗରରେ ଘେରାଉ କରିଛନ୍ତି ଆଶାୟୀ ପ୍ରାର୍ଥୀ । ଯୋଗ୍ୟ ମେରିଟ୍‌ ତାଲିକାରୁ ବାଦ୍ ପଡିଥିବା ପରୀକ୍ଷାର୍ଥୀମାନେ ବିକ୍ଷୋଭ, ପ୍ରତିବାଦ କରିଛନ୍ତି। ଦାୟିତ୍ୱହୀନତାକୁ ଦୋଷାରୋପ କରି ପୁନଃ ପରୀକ୍ଷା କରିବାକୁ ଦାବି କରିଛନ୍ତି ପରୀକ୍ଷାର୍ଥୀ।