ଖୁବଶୀଘ୍ର ମିଳିବ କ୍ୟାନ୍ସର ଟିକା ; ୯ ବର୍ଷରୁ ୧୬ ବର୍ଷର ଝିଅମାନଙ୍କୁ ଦିଆଯିବ ଟିକା

୬ ମାସ ଭିତରେ ମିଳିବ ମହିଳାଙ୍କ କ୍ୟାନସର ଟିକା  । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସୂଚନା ।  ଗବେଷଣା ସରିଛି, ଏବେ ଟ୍ରାଏଲ ଚାଲିଛି । ୯ ବର୍ଷରୁ ୧୬ ବର୍ଷର ଝିଅମାନଙ୍କୁ ଦିଆଯିବ ଟିକା । 

ଅଦ୍ୟତନ ହୋଇଛି
cancer Vaccines +

cancer Vaccines + Photograph: (kanakNews)

କନକ ବ୍ୟୁରୋ: ଦେଶରେ କ୍ୟାନସର ସଂଖ୍ୟା ବଢ଼ିଚାଲିଥିବା ବେଳେ ଏବେ କିଛିଟା ଆଶ୍ବସ୍ତ କଲା ଭଳି ଖବର ସାମ୍ନାକୁ ଆସୁଛି । କ୍ୟାନସର ବିରୋଧୀ ଲଢ଼େଇରେ କିଛିଟା ବଳ ମିଳିବ । କାରଣ ୬ ମାସ ଭିତରେ ଆସିବାକୁ ଯାଉଛି କ୍ୟାନସର ଟିକା । କେନ୍ଦ୍ରମନ୍ତ୍ରୀ ପ୍ରତାପରାଓ ଯାଦବ ଏକଥା କହିଛନ୍ତି। 

ମହିଳାଙ୍କ କ୍ଷେତ୍ରରେ କ୍ୟାନସର ରୋକିବାକୁ ଏହି ଟିକାକରଣ କରାଯିବ। ୯ ବର୍ଷରୁ ୧୬ ବର୍ଷର ଝିଅମାନଙ୍କୁ ଏହି ଟିକାକରଣ କରାଯିବ। ଏହି ଟିକାର ଗବେଷଣା ସରିଛି, ଏବେ ଟ୍ରାଏଲ ଚାଲିଛି। ତେଣୁ ଏହି ଟିକା ୫ରୁ ୬ ମାସ ମଧ୍ୟରେ ଆସିଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ଦେଶରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାକୁ ଦେଖି କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe