କନକ ବ୍ୟୁରୋ: ଦେଶରେ କ୍ୟାନସର ସଂଖ୍ୟା ବଢ଼ିଚାଲିଥିବା ବେଳେ ଏବେ କିଛିଟା ଆଶ୍ବସ୍ତ କଲା ଭଳି ଖବର ସାମ୍ନାକୁ ଆସୁଛି । କ୍ୟାନସର ବିରୋଧୀ ଲଢ଼େଇରେ କିଛିଟା ବଳ ମିଳିବ । କାରଣ ୬ ମାସ ଭିତରେ ଆସିବାକୁ ଯାଉଛି କ୍ୟାନସର ଟିକା । କେନ୍ଦ୍ରମନ୍ତ୍ରୀ ପ୍ରତାପରାଓ ଯାଦବ ଏକଥା କହିଛନ୍ତି।
ମହିଳାଙ୍କ କ୍ଷେତ୍ରରେ କ୍ୟାନସର ରୋକିବାକୁ ଏହି ଟିକାକରଣ କରାଯିବ। ୯ ବର୍ଷରୁ ୧୬ ବର୍ଷର ଝିଅମାନଙ୍କୁ ଏହି ଟିକାକରଣ କରାଯିବ। ଏହି ଟିକାର ଗବେଷଣା ସରିଛି, ଏବେ ଟ୍ରାଏଲ ଚାଲିଛି। ତେଣୁ ଏହି ଟିକା ୫ରୁ ୬ ମାସ ମଧ୍ୟରେ ଆସିଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ଦେଶରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାକୁ ଦେଖି କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/02/19/uQ6lnlESCvLodHzJfKUA.jpg)