କନକ ବ୍ୟୁରୋ : କର୍କଟ ରୋଗ ବିଶ୍ୱ ସ୍ତରରେ ଏକ ଗମ୍ଭୀର ସ୍ୱାସ୍ଥ୍ୟ ବିପଦ ହୋଇ ଉଭା ହୋଇଛି । ଏହାର ପ୍ରକୋପ ବର୍ଷକୁ ବର୍ଷ ବୃଦ୍ଧି ପାଉଛି । ସାମ୍ପ୍ରତିକ ଦଶନ୍ଧିରେ କେବଳ ଯୁବପିଢ଼ିଙ୍କ ମଧ୍ୟରେ କର୍କଟ ରୋଗ ବୃଦ୍ଧି ପାଇଛି ତାହା ନୁହେଁ ବରଂ ଏଥିଯୋଗୁ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଭାରତରେ ସଂଖ୍ୟାଧିକ ଲୋକ ମଧ୍ୟ ମୁଖ କର୍କଟ, ଗର୍ଭାଶୟ କର୍କଟ, ସ୍ତନ କର୍କଟ ଭଳି ରୋଗରେ ପୀଡ଼ିତ ।
୨୦୨୨ ମସିହାରେ ଦେଶରେ କର୍କଟ ରୋଗର ଆନୁମାନିକ ସଂଖ୍ୟା ପ୍ରାୟ ୧.୪୬ ନିୟୁତ ଥିଲା, ଯାହା ଚଳିତ ବର୍ଷ ଶେଷ ଆଡ଼କୁ ୧.୫ ନିୟୁତରୁ ଅଧିକ ହେବ ବୋଲି ଆକଳନ କରାଯାଇଛି । ଅର୍ଥାତ ୧ ଲକ୍ଷ ଲୋକଙ୍କ ମଧ୍ୟରୁ ପ୍ରାୟ ୧୦୦ ଜଣ କର୍କଟ ରୋଗରେ ପୀଡ଼ିତ । କର୍କଟ ରୋଗକୁ ବିଶ୍ୱ ସ୍ତରରେ ମୃତ୍ୟୁର ଏକ ପ୍ରମୁଖ କାରଣ ବୋଲି ବିବେଚନା କରାଯାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଲାନସେଟର ଗବେଷଣା ଅନୁଯାୟୀ ୨୦୫୦ ସୁଦ୍ଧା ଏହି ସଂଖ୍ୟା ୭୫% ବୃଦ୍ଧି ପାଇପାରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଅନ୍ୟାନ୍ୟ ଅନେକ ଅଧ୍ୟୟନ ସୂଚାଇଛି ଯେ ଆଗାମୀ ଦଶନ୍ଧିରେ ଏହି ସମସ୍ୟା ଆହୁରି ଗୁରୁତର ହୋଇପାରେ । କର୍କଟ ରୋଗ ମୃତ୍ୟୁ ପୂର୍ବରୁ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିସାରିଛି ଏବଂ ବିଶେଷଜ୍ଞମାନେ ଏବେ ବିଶ୍ୱାସ କରନ୍ତି ଯେ ଆଗାମୀ ୨୫ ବର୍ଷ ମଧ୍ୟରେ ଅର୍ଥାତ୍ ୨୦୫୦ ସୁଦ୍ଧା ବେଳକୁ ଏହି ସଂଖ୍ୟା ୭୫% ବୃଦ୍ଧି ପାଇପାରେ ।
୨୦୫୦ ମସିହା ବେଳକୁ ଭୟଙ୍କର ରୂପ ନେବ କ୍ୟାନ୍ସର
ସାରା ବିଶ୍ବରେ କ୍ୟାନ୍ସର ମାମଲା ୭୫% ଟପିଯିବ
୧୯୯୦ ମସିହା ପରଠାରୁ ବିଶ୍ବରେ ବୃଦ୍ଧି ପାଇଛି କ୍ୟାନ୍ସର ରୋଗୀଙ୍କ ସଂଖ୍ୟା
୨୦୨୩ ମସିହା ସୁଦ୍ଧା ଏହି ସଂଖ୍ୟା ୧୮.୫ ନିୟୁତରେ ପହଞ୍ଚିଛି
୧୯୯୦ରୁ ୨୦୨୩ ମଧ୍ୟରେ ୨୦୪ଟି ଦେଶରେ ୪୭ ପ୍ରକାରର କର୍କଟ ଚିହ୍ନଟ ହୋଇଛି
ବିଭିନ୍ନ ପାଶ୍ଚାତ୍ୟ ଦେଶରେ ବିଗତ ବର୍ଷ ଗୁଡ଼ିକରେ ବଢ଼ିଛି ମୃତ୍ୟୁସଂଖ୍ୟା
ଲେବାନନରେ ୩୩ ବର୍ଷ ଅବଧିରେ ୮୦% କର୍କଟ ରୋଗୀଙ୍କ ମୃତ୍ୟୁ ହୋଇଛି
ଗିନି ଏବଂ ଲାଓସରେ କର୍କଟ ମୃତ୍ୟୁହାର ଯଥାକ୍ରମେ ୭୨% ଏବଂ ୫୫.୮%
କାଜାଖସ୍ତାନରେ କର୍କଟ ମୃତ୍ୟୁହାର ସର୍ବାଧିକ ୫୮.୨ ପ୍ରତିଶତ ହ୍ରାସ ପାଇଛି
୧୯୯୦ ରୁ ୨୦୨୩ ମଧ୍ୟରେ ଭାରତରେ କର୍କଟ ମାମଲାରେ ୨୪% ବୃଦ୍ଧି ଘଟିଛି
ବର୍ଦ୍ଧିତ ଏବଂ ବୟସ୍କ ଜନସଂଖ୍ୟା ଅସ୍ୱାସ୍ଥ୍ୟକର ଜୀବନଶୈଳୀ ସହିତ ଏହି ସମସ୍ୟାକୁ ଆହୁରି ତୀବ୍ର କରୁଛି
କର୍କଟ ମୃତ୍ୟୁ ୭୪ ପ୍ରତିଶତ ବୃଦ୍ଧି ପାଇ ୧୦.୪ ନିୟୁତରୁ ଅଧିକ ହୋଇଛି
୨୦୫୦ ସୁଦ୍ଧା ଏହା ୩୦.୫ ନିୟୁତକୁ ବୃଦ୍ଧି ପାଇବାର ଆକଳନ କରାଯାଇଛି