କନକ ବ୍ୟୁରୋ: ଆଜିର ଦିନରେ ସାରା ବିଶ୍ୱରେ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ପ୍ରତିବର୍ଷ ପ୍ରାୟ ୬କୋଟିରୁ ଅଧିକ ଲୋକ ଏହି ରୋଗରେ ପ୍ରାଣ ହରାଉଛନ୍ତି । ଭାରତ ସମେତ ଅନେକ ଦେଶରେ କର୍କଟ ସ୍ଥିତି ଉତ୍କଟ ରହିଛି । ଏହା ସବୁଠାରୁ ବିପଦପୂର୍ଣ୍ଣ ରୋଗ ମଧ୍ୟରୁ ଗୋଟିଏ । କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ବହୁତ କମ୍ ଲୋକ ସୁସ୍ଥ ହୋଇପାରନ୍ତି । ବ୍ୟୟବହୁଳ ସହ ଏହାର ଚିକିତ୍ସା ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିଥାଏ । ଏସବୁ ଭିତରେ କ୍ୟାନ୍ସର ରୋଗୀଙ୍କ ପାଇଁ ଆଶୀର୍ବାଦ ପାଲିଟିଛି ଫ୍ଲାସ ରେଡିଓ ଥେରାପି । ଜାଣନ୍ତୁ ଏହା କଣ ?
କ୍ୟାନ୍ସର ପାଇଁ ରାମବାଣ ଫ୍ଲାସ ରେଡିଓ ଥେରାପି !
-ଫ୍ଲାସ ରେଡିଓ ଥେରାପି କ୍ୟାନ୍ସର ଚିକିତ୍ସାର ଅଭିନବ କୌଶଳ
-ଏଥିରେ ବିକିରଣର ସମ୍ପୂର୍ଣ୍ଣ ଡୋଜ୍ ବହୁତ କମ୍ ସମୟରେ ପ୍ରଦାନ କରାଯାଏ
-କ୍ୟାନ୍ସର କୋଷିକାକୁ ଛାଡ଼ିଦେଲେ ସୁସ୍ଥ ଟିସୁ ଉପରେ ବିକିରଣର ପ୍ରଭାବ ହ୍ରାସ ପାଏ
-ବିକିରଣ-ପ୍ରେରିତ ବିଷାକ୍ତତାକୁ ହ୍ରାସ କରିବାରେ ସାହାଯ୍ୟ କରେ
ଏହି ଅତ୍ୟାଧୁନିକ ଚିକିତ୍ସା ପଦ୍ଧତିରେ କିଛି ମିନିଟ୍ ମଧ୍ୟରେ ରୋଗ ଚିହ୍ନଟ ହେବା ସହ ଏହାକୁ ଭଲ କରାଯାଇପାରିବ ରୋଗୀଙ୍କୁ ଅଧିକ ସମୟ ପାଇଁ ହସ୍ପିଟାଲରେ ରହିବାକୁ ପଡ଼ିବ ନାହିଁ । ଏପରି ପରିସ୍ଥିତିରେ ରୋଗୀଙ୍କ ଜୀବନକାଳ ବୃଦ୍ଧି ପାଇବ । କର୍କଟ ରୋଗ ଚିକିତ୍ସାରେ ବ୍ୟବହାର କରାଯାଉଥିବା ପାରମ୍ପରିକ ରେଡିଓ ଥେରାପିର ରେଡିଏସନ୍ ପାଇଁ ଏକାଧିକ ସେସନ୍ସ କରାଯାଇଥାଏ । ଯାହାଦ୍ବାରା ଶରୀରର ସୁସ୍ଥ କୋଷିକା ନଷ୍ଟ ହେବା ସହ ବ୍ରେନ୍ କ୍ୟାନ୍ସର ହେବାର ଆଶଙ୍କା ସୃଷ୍ଟି ହୁଏ । କିନ୍ତୁ ଫ୍ଲାସ୍ ରେଡିଓଥେରାପି ମାତ୍ର ଗୋଟିଏ ସେସନରେ ରୋଗୀକୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ କରିଦେବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତ । ପ୍ରତିବର୍ଷ ବିଶ୍ୱରେ କ୍ୟାନ୍ସରରେ ଲକ୍ଷ ଲକ୍ଷ ରୋଗୀଙ୍କ ଜୀବନ ଚାଲିଯାଉଥିବା ବେଳେ ଏହି ନୁତନ ଚିକିତ୍ସା ପଦ୍ଧତି ଏଥିରେ ବ୍ରେକ ଲଗାଇବାରେ ବେଶ ସହାୟକ ହେବ ।