କନକ ବ୍ୟୁରୋ: କାନାଡାର ୧୯ ବର୍ଷୀୟ ଯୁବକ ଯୁବରାଜ ସମରା ଟ୍ବେଣ୍ଟି-୨୦ ବିଶ୍ବକପ୍ ଇତିହାସରେ ସର୍ବକନିଷ୍ଠ ଶତକ ହାସଲକାରୀ ହେବାର ଗୌରବ ଅର୍ଜନ କରିଛନ୍ତି । ମଙ୍ଗଳବାର ଚେନ୍ନାଇରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ରେ ଯୁବରାଜ ୬୫ ବଲ୍ରେ ୧୧୦ ରନ୍ର ପାଳି ଖେଳିବାରୁ କାନାଡ଼ା ୧୭୩/୪ କରିବାକୁ ସକ୍ଷମ ହୋଇଥିଲା । କିନ୍ତୁ ତାଙ୍କର ଏହି ଶତକ ଦଳକୁ ବିଜୟ ଦେଇ ପାରି ନଥିଲେ ମଧ୍ୟ ଅନେକ ରେକର୍ଡର ଅଧିକାରୀ ହୋଇଥିଲେ ସେ । ୫୮ ବଲ୍ରୁ ଶତକ ଅର୍ଜନ କରି ସେ (୧୯ ବର୍ଷ ୧୧୪ ଦିନ) ଟ୍ବେଣ୍ଟି-୨୦ ବିଶ୍ବକପ୍ ସର୍ବକନିଷ୍ଠ ଖେଳାଳି ହୋଇଥିଲେ । ପୂର୍ବରୁ ଏହି ରେକର୍ଡ ପାକିସ୍ତାନର ଶେହଜାଦ ଅହମଦ (୨୨ ବର୍ଷ)ଙ୍କ ନାମରେ ଥିଲା । ସେ ୨୦୧୪ ସଂସ୍କରଣରେ ବାଂଲାଦେଶ ବିପକ୍ଷରେ ଏହି ରେକର୍ଡ କରିଥିଲେ । ୩୬ ବଲ୍ରୁ ଅର୍ଦ୍ଧଶତକ ଅର୍ଜନ କରିଥିବା ସମ୍ରା ପ୍ରଥମ ୱିକେଟ୍ରେ ଦିଲପ୍ରୀତ ବଜୱାଙ୍କ ସହ ୧୧୬ ରନ୍ର ଭାଗୀଦାର ଗଢ଼ିଥିଲେ । ଯାହା ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଏକ ପୂର୍ଣ୍ଣ ରାଷ୍ଟ୍ର ଦଳ ବିପକ୍ଷରେ ସହଯୋଗୀ ରାଷ୍ଟ୍ରର ପ୍ରଥମ ୱିକେଟ୍ରେ ସର୍ବୋଚ୍ଚ ଭାଗୀଦାରର ରେକର୍ଡ ହୋଇଥିଲା ।
ଏହା ବି ପଢ଼ନ୍ତୁ: ନିଶଙ୍କଙ୍କ ପଶ୍ଚାତ୍ଧାବନ ଶତକ: ଶତାବ୍ଦୀ ଧରି ମନେ ରହିବ
Follow Us