Photograph: (KANAKNEWS)
କନକବ୍ୟୁରୋ : କାନାଡା ପୁଲିସ ଦେଶର ସବୁଠାରୁ ବଡ ସୁନା ଚୋରି ମାମଲାରେ ଏକ ବଡ ସଫଳତା ପାଇଛି । "ପ୍ରୋଜେକ୍ଟ ୨୪କେ"ର ଏକ ଅଂଶ ଭାବରେ, ୪୩ ବର୍ଷୀୟ ଅର୍ସଲାନ ଚୌଧୁରୀଙ୍କୁ ଟୋରଣ୍ଟୋ ପିଅର୍ସନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗିରଫ କରାଯାଇଛି । ସେ ଦୁବାଇରୁ କାନାଡା ଫେରୁଥିଲେ । ପୁଲିସ ଅନୁସାରେ, ଚୌଧୁରୀଙ୍କର କୌଣସି ସ୍ଥାୟୀ ଠିକଣା ନାହିଁ । ଏପ୍ରିଲ ୨୦୨୩ ରେ ବିମାନବନ୍ଦରରୁ ୪୦୦ କିଲୋଗ୍ରାମ ଖାଣ୍ଟି ସୁନା (ପ୍ରାୟ ୬,୦୦୦ବାର୍) ଓ ୨.୫ ନିୟୁତ ଡଲାର ବିଦେଶୀ ମୁଦ୍ରା ଚୋରି ହୋଇଥିଲା । ଏହା ଜୁରିଚ୍ରୁ ଆସିଥିଲା ଏବଂ ରହସ୍ୟମୟ ଭାବରେ ବିମାନବନ୍ଦର ପରିସରରୁ ଗାଏବ ହୋଇଯାଇଥିଲା । ଚୌଧୁରୀଙ୍କ ବିରୋଧ ୫,୦୦୦ ଡଲାରରୁ ଅଧିକ ଚୋରି, ଅପରାଧ ଦ୍ଵାରା ପ୍ରାପ୍ତ ସମ୍ପତ୍ତି ଦଖଲ ଏବଂ ଷଡ଼ଯନ୍ତ୍ର ଅଭିଯୋଗ ରହିଛି । ଏହି ମାମଲାରେ ଏ ପର୍ଯ୍ୟନ୍ତ ୧୦ ଜଣଙ୍କ ବିରୋଧରେ ଅଭିଯୋଗ କରାଯାଇ ୱାରେଣ୍ଟ ଜାରି ହୋଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଅଭିଯୁକ୍ତମାନଙ୍କ ମଧ୍ୟରୁ ଅନ୍ୟ ଜଣକ ଏୟାର କାନାଡାର ପୂର୍ବତନ କର୍ମଚାରୀ ସିମରନ ପ୍ରୀତ ପାନେସର । ସେ ଭାରତରେ ଲୁଚି ରହିଛନ୍ତି ।
ସିଏଜିର ସାଂଘାତିକ ତଥ୍ୟ ; ଛାତ୍ରବୃତ୍ତି ନାଁରେ ହୋଇଛି ବଡ଼ କେଳେଙ୍କାରୀ
ସେଏୟାର ଲାଇନ୍ସର ସିଷ୍ଟମକୁ ହେରଫେର କରି ଚାଲାଣକୁ ଅନ୍ୟତ୍ର ପଠାଇବାରେ ସାହାଯ୍ୟ କରିଥିଲେ । ଗତ ବର୍ଷ, ସେ ଚଣ୍ଡିଗଡ଼ର ଉପକଣ୍ଠରେ ଏକ ଭଡା ଘରେ ରହୁଥିବାରୁ ସନ୍ଧାନ ମିଳିଥିଲା । ତାଙ୍କ ବିରୋଧରେ କାନାଡାରେ ୱାରେଣ୍ଟ ଜାରି କରାଯାଇଛି । ଅନ୍ୟ ଜଣେ ଅଭିଯୁକ୍ତ, ବ୍ରାମ୍ପଟନ୍ ନିବାସୀ ଅର୍ଚ୍ଚିତ ଗ୍ରୋଭରଙ୍କୁ ଭାରତରୁ ଆସିବା ସମୟରେ ମେ’ ୨୦୨୪ରେ ପିଅର୍ସନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗିରଫ କରାଯାଇଥିଲା । ଏପର୍ଯ୍ୟନ୍ତ ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଏୟାର କାନାଡାର ପୂର୍ବତନ କର୍ମଚାରୀ ପରମପାଲ ସିଦ୍ଧୁ (୫୪) ଅଣ୍ଟାରିୟ ବାସିନ୍ଦା ଅମିତ ଜଲୋଟା (୪୦) । ଏହି ମାମଲାରେ ବ୍ରାମ୍ପଟନର ୩୬ ବର୍ଷୀୟ ପ୍ରସାଦ ପାରାମାଲିଙ୍ଗମ ଏବଂ ଟୋରଣ୍ଟୋର ୩୭ ବର୍ଷୀୟ ଅଲି ରାଜାଙ୍କୁ ମଧ୍ୟ ଗିରଫ କରାଯାଇଛି । ବ୍ରାମ୍ପଟନ୍ ବାସିନ୍ଦା ୪୩ ବର୍ଷୀୟ ଅମ୍ମାଦ ଚୌଧୁରୀ ଏବଂ ୨୭ ବର୍ଷୀୟ ଡୁରାଣ୍ଟେ କିଙ୍ଗ-ମ୍ୟାକଲିନ୍ ମଧ୍ୟ ଗିରଫ କରାଯାଇଛି । ଅସ୍ତ୍ରଶସ୍ତ୍ର ଚାଲାଣ ସହ ଜଡିତ ଅଭିଯୋଗରେ କିଙ୍ଗ-ମ୍ୟାକଲିନ୍ ବର୍ତ୍ତମାନ ଆମେରିକାରେ ଅଟକ ଅଛନ୍ତି । ପୁଲିସ ମୁଖ୍ୟ ନିଶାନ ଦୁରାଇଆପ୍ପା କହିଛନ୍ତି, ଏହି ତଦନ୍ତରୁ ଜଣାପଡିଛି ଯେ, ଆମ ଦଳ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଅପରାଧୀଙ୍କୁ ଧରିବାରେ ସକ୍ଷମ ହୋଇପାରିଛି । ଅପରାଧି ଯେଉଁଠାରେ ମଧ୍ୟ ଲୁଚି ରୂହନ୍ତୁ ଆମେ ସେମାନଙ୍କୁ ଖୋଜି ବାହାର କରିବୁ ।
Follow Us