ଭାରତର କଡ଼ା ଆଭିମୁଖ୍ୟ ପରେ ନରମିଲା କାନାଡା। ଟ୍ରୁଡୋଙ୍କ ସ୍ପଷ୍ଟୀକରଣ, ଗୁଇନ୍ଦା ସୂଚନା ଆଧାରରେ ଭାରତ ଉପରେ ଆସିଥିଲା ଅଭିଯୋଗ

ଭାରତର କଡ଼ା ଆଭିମୁଖ୍ୟ ପରେ ନରମିଲା କାନାଡା। ଜଷ୍ଟିନ ଟ୍ରୁଡୋଙ୍କ ସ୍ପଷ୍ଟୀକରଣ ପ୍ରମାଣ ନୁହେଁ ଗୁଇନ୍ଦା ସୂଚନା ଆଧାରରେ ଭାରତ ଉପରେ ଆସିଥିଲା ଅଭିଯୋଗ।

canada

କନକ ବ୍ୟୁରୋ: ଭାରତର କଡ଼ା ଆଭିମୁଖ୍ୟ ପରେ ନରମିଲା କାନାଡା। ଜଷ୍ଟିନ ଟ୍ରୁଡୋଙ୍କ ସ୍ପଷ୍ଟୀକରଣ ପ୍ରମାଣ ନୁହେଁ ଗୁଇନ୍ଦା ସୂଚନା ଆଧାରରେ ଭାରତ ଉପରେ ଆସିଥିଲା ଅଭିଯୋଗ। ଖଲିସ୍ଥାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟାକୁ ନେଇ ଦୁଇ ଦେଶ ମଧ୍ୟରେ ବଢୁଥିବା ବିବାଦରେ ଏହା ସାମୟିକ ରୋକ ଆଣିବ ବୋଲି କୁହାଯାଉଛି। ସେପଟେ ଭାରତ ଓ କାନାଡ଼ା ମଧ୍ୟରେ ତିକ୍ତତା ଚରମସୀମାରେ ପହଞ୍ଚିବାବେଳେ ଏବେ କାନାଡାକୁ ସମର୍ଥନ ଜଣାଇଛି ଆମେରିକା । ମାମଲାକୁ ନେଇ ଆମେରିକା କହିଛି, ଭାରତ ଉପରେ କାନାଡ ଯେଉଁ ଅଭିଯୋଗ ଆଣିଛି ତାହା ବେଶ ଚିନ୍ତାଜନକ। ଏଥିସହ ଆମେରିକା କହିଛି ତଦନ୍ତରେ ଭାରତ ସହଯୋଗ କରୁନି। ଗତବର୍ଷଠୁ କାନାଡା ନିଜ୍ଜର ହତ୍ୟା ଘଟଣା ପାଇଁ ଭାରତକୁ ଦାୟୀ କରିଆସୁଛି । ସେହି ସମୟରେ ହିଁ କାନାଡା ସମର୍ଥନରେ ବାହାରିଥିଲା ଆମେରିକା । ଗତ ୨ବର୍ଷ ମଧ୍ୟରେ ୬ଜଣ ଖଲିସ୍ତାନୀ ଆତଙ୍କୀଙ୍କୁ ହତ୍ୟା କରାଯାଇଛି । ରିପୁଦମନ ସିଂ, ଅମରପ୍ରୀତ ଶର୍ମା, ହରଦୀପ ସଂ ନିଜ୍ଜର, କରଣବୀର ସିଂ ଗରଚା, ସୁଖା ଦୁନେକ ଓ ହରପ୍ରୀତ ସିର ହତ୍ୟା କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe