କନକ ବ୍ୟୁରୋ: ଖଲିସ୍ଥାନୀ ଆତଙ୍କବାଦୀ ନିଜ୍ଜରଙ୍କ ହତ୍ୟା ଘଟଣାକୁ ନେଇ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟୁଡୋ ଭାରତକୁ ଦାୟୀ କରୁଥିବାବେଳେ ଏବେ ତାଙ୍କ ବିରୋଧରେ ସ୍ୱର ଉଠାଇଛନ୍ତି ତାଙ୍କ ମନ୍ତ୍ରୀ । ଭାରତ ସହ ସମ୍ପର୍କ ଖରାପ କଲେ ନିଜେ କାନାଡା ହିଁ ଏହାର ଭୟାବହ ପରିଣତି ଭୋଗିବ ବୋଲି କହିଛନ୍ତି କାନାଡା ସୁରକ୍ଷା ବିଶେଷଜ୍ଞ ।
ପ୍ରତିବନ୍ଧକ ଲାଗିଲେ କିଏ ସହିବ କେତେ କ୍ଷତି?
ଭାରତ ଏବଂ କାନାଡା ମଧ୍ୟରେ ୭୦,୦୦୦ କୋଟି ଟଙ୍କା ମୂଲ୍ୟର ବାଣିଜ୍ୟ କାରବାର ଚାଲିଛି
୨୦୨୨-୨୩ରେ ଦୁଇ ଦେଶ ମଧ୍ୟରେ ୮.୩ ବିଲିୟନ ଡଲାରର ବାଣିଜ୍ୟ କାରବାର
ପରବର୍ତ୍ତୀ ବର୍ଷରେ ୮.୪ ବିଲିୟନ ଡଲାରକୁ ବୃଦ୍ଧି
ଭାରତର ରପ୍ତାନି ୪.୬ ବିଲିୟନ ଡଲାରକୁ ବୃଦ୍ଧି ପାଇଥିଲା
ଭାରତର ଆମଦାନୀ ୩.୮ ବିଲିୟନ ଡଲାରରେ
ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ କୌଣସି ପ୍ରକାରର ଅର୍ଥନୈତିକ ବିବାଦ ନାହିଁ
କିନ୍ତୁ ଏହାକୁ ଏଡ଼ାଇ ଦିଆଯାଇପାରିବ ନାହିଁ
ବିବାଦ ବଢ଼ିଲେ ଉଭୟ ପକ୍ଷ ଉପରେ ପ୍ରଭାବ ପକାଇବ
କାନାଡାର ପେନ୍ସନ ପାଣ୍ଠି ଭାରତରେ ପ୍ରାୟ ୬ ଲକ୍ଷ କୋଟି ଟଙ୍କା ବିନିଯୋଗ
ଏହି ପାଣ୍ଠି ରିଅଲ ଇଷ୍ଟେଟ, ଆର୍ଥିକ ସେବା, ଶିଳ୍ପ ପରିବହନ ଏବଂ ଭିତ୍ତିଭୂମି କ୍ଷେତ୍ରରେ ବିନିଯୋଗ
୬୦୦ଟି କାନାଡିୟ କମ୍ପାନୀ ଭାରତରେ ବ୍ୟବସାୟ କରୁଛନ୍ତି
୩୦ରୁ ଅଧିକ ଭାରତୀୟ କମ୍ପାନୀ କାନାଡାରେ ୪୦,୪୪୬ କୋଟି ଟଙ୍କା ବିନିଯୋଗ
ଏଥିରେ ୧୭,୦୦୦ ଲୋକ କାମ କରନ୍ତି
ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଉଭୟ ଦେଶର ଅର୍ଥନୈତିକ ସମ୍ପର୍କ ଦୃଢ ଅଟେ
ଭାରତ କାନାଡାକୁ ଅଳଙ୍କାର, ମୂଲ୍ୟବାନ ପଥର, ଔଷଧ, ପୋଷାକ, ଜୈବ ରାସାୟନିକ ପଦାର୍ଥ ସାମଗ୍ରୀ ରପ୍ତାନି
ଭାରତ କାନାଡାରୁ ଡାଲି, ନ୍ୟୁଜ ପ୍ରିଣ୍ଟ, କାଠ ଡାଲି, , ଲୁହା ସ୍କ୍ରାପ, ତମ୍ବା, ଖଣିଜ ଏବଂ ଶିଳ୍ପ ରାସାୟନିକ ପଦାର୍ଥ ଆମଦାନୀ
ଭାରତରେ ବିଦେଶୀ ନିବେଶକଙ୍କ ମଧ୍ୟରେ କାନାଡା ୧୮ତମ ସ୍ଥାନରେ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/10/18/pVabIyyGkeVX1oADQ2hW.jpg)