canada Photograph: (google)
କାନାଡାର ବ୍ରିଟିଶ କଲମ୍ବିଆରେ ଏକ ସ୍କୁଲରେ ମଙ୍ଗଳବାର ଘଟିଥିବା ଗୁଳିକାଣ୍ଡ ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିଲା। କାନାଡା ଇତିହାସରେ ସବୁଠୁ ବଡ଼ ଜଘନ୍ୟ ନରସଂହାର ଘଟଣା ମଧ୍ୟରୁ ଗୋଟିଏ ଏହି ଘଟଣା ପଛରେ ଜଣେ ୧୮ ବର୍ଷୀୟ ଟ୍ରାନ୍ସଜେଣ୍ଡର ମହିଳାଙ୍କ ହାତ ଥିବା ଜଣାପଡ଼ିଛି। ଜେସି ଭାନ୍ ରୁଟସେଲାର ନାମକ ଏହି ଟ୍ରାନ୍ସଜେଣ୍ଡର ମହିଳା ଜଣକ ଆକ୍ରମଣ କରିଥିବା ସ୍କୁଲରେ ଚାରି ବର୍ଷ ତଳେ ପାଠ ପଢ଼ୁଥିଲେ। ସ୍କୁଲରେ ଏହି ନରସଂହାର ଆକ୍ରମଣ କରିବା ପୂର୍ବରୁ ଜେସି ନିଜ ମାଆ ଏବଂ ସାବତ ଭାଇଙ୍କୁ ପ୍ରଥମେ ହତ୍ୟା କରିଥିଲେ।
ଟମ୍ବଲର୍ ରିଜ୍ଠାରେ ମଙ୍ଗଳବାର ଘଟିଥିବା ଏହି ଗୁଳିକାଣ୍ଡ ଘଟଣା ପରେ ଜେସି ନିଜ ବନ୍ଧୁକରୁ ନିଜକୁ ଗୁଳିକରି ଆତ୍ମହତ୍ୟା କରିଥିଲେ। ଜେସି ଜଣେ ଟ୍ରାନ୍ସଜେଣ୍ଡର ମହିଳା ଥିଲେ ଓ ସେ ପ୍ରଥମେ ପୁରୁଷ ଭାବେ ଜନ୍ମ ହୋଇଥିଲେ। ସ୍ଥାନୀୟ ପୁଲିସ ସୂଚନା ଅନୁଯାୟୀ, ଚାରି ବର୍ଷ ତଳେ ସ୍କୁଲରୁ ପାଠ ପଢ଼ା ଛାଡ଼ି ଦେଇଥିଲେ। ରୁଟ୍ସେଲାରଙ୍କ ପାଖରେ ବନ୍ଧୁକ ଲାଇସେନ୍ସ ରହିଥିଲା। ତାଙ୍କ ମାନସିକ ସ୍ଥିତି ଠିକ୍ ନଥିବାରୁ ଅନେକ ସମୟରେ ପୁଲିସକୁ ଯାଞ୍ଚ ପାଇଁ ତାଙ୍କ ଘରକୁ ଆସିବାକୁ ପଡ଼ିଥିଲା ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, କାନାଡ଼ା ସ୍କୁଲରେ ଗୁଳିକାଣ୍ଡ ଘଟଣାରେ ଜଣେ ୩୯- ବର୍ଷୀୟ ଶିକ୍ଷୟିତ୍ରୀ, ଅଭିଯୁକ୍ତଙ୍କ ସମେତ ୭ ଜଣ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ ଅଭିଯୁକ୍ତଙ୍କ ଜଣେ ପଡ଼ୋଶୀ ଘରେ ସେ ମା’ ଓ ଭାକୁ ହତ୍ୟା କରଥିବା ପୁଲିସକୁ ସୂଚନା ଦେଇଥିଲେ। କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନେ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ସରକାରୀ କୋଠାରେ ୭ ଦିନ ପର୍ଯ୍ୟନ୍ତ କାନାଡା ପତାକା ଅର୍ଦ୍ଧନମିତ ହୋଇ ଉଡ଼ିବ ବୋଲି ଘୋଷଣା କରିଛନ୍ତି। ଏହାପୂର୍ବରୁ ୨୦୨୦ ମସିହାରେ କାନାଡାର ନୋଭା ସ୍କୋଟିଆରେ ଜଣେ ବନ୍ଧୁକଧାରୀ ୧୩ ଜଣଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଆଁ ଲଗାଇ ଦେଇଥିବାରୁ ଆଉ ୯ ଜଣଙ୍କର ମୃତ୍ୟୁ ହୋଇଥିଲା।
Follow Us