କାନାଡା ସ୍କୁଲରେ ଗୁଳିକାଣ୍ଡ: ଆକ୍ରମଣକାରୀଙ୍କ ସମେତ ୧୦ ମୃତ

Advertisment

ଏହି ଘଟଣାରେ ଅନ୍ୟ ୨୫ ଜଣ ଆହତ ହୋଇଛନ୍ତି । ପୂଲିସ ଅନୁସାରେ ସ୍ଥାନୀୟ ସମୟ ଅପରାହ୍ନ ୧:୨୦ ସମୟରେ ସ୍କୁଲରେ ଗୁଳିକାଣ୍ଡ ହୋଇଥିବା ଖବର ମିଳିଥିଲା । ଖବର ପାଇବା ପରେ ତୁରନ୍ତ ସତର୍କ ସୂଚନା ଜାରି କରାଯାଇଥିଲା। ପୁଲିସ ଗୁଳିରେ ଜଣେ ଆକ୍ରମଣକାରୀ ନହତ ହୋଇଛନ୍ତି ।

ଏହି ଘଟଣାରେ ଅନ୍ୟ ୨୫ ଜଣ ଆହତ ହୋଇଛନ୍ତି । ପୂଲିସ ଅନୁସାରେ ସ୍ଥାନୀୟ ସମୟ ଅପରାହ୍ନ ୧:୨୦ ସମୟରେ ସ୍କୁଲରେ ଗୁଳିକାଣ୍ଡ ହୋଇଥିବା ଖବର ମିଳିଥିଲା । ଖବର ପାଇବା ପରେ ତୁରନ୍ତ ସତର୍କ ସୂଚନା ଜାରି କରାଯାଇଥିଲା। ପୁଲିସ ଗୁଳିରେ ଜଣେ ଆକ୍ରମଣକାରୀ ନହତ ହୋଇଛନ୍ତି ।

Canada

Canada Photograph: (kanak news)

କନକ ବ୍ୟୁରୋ : କାନାଡାର ବ୍ରିଟିଶ କଲମ୍ବିଆ ପ୍ରଦେଶର ଟମ୍ବଲର ରିଜ୍ ସେକେଣ୍ଡାରୀ ସ୍କୁଲରେ ଗୁଳିକାଣ୍ଡ ଘଟିଛି । ଏହାଯୋଗୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ପୁଲିସ କହିଛି, ଅନେକ ଲୋକଙ୍କୁ ଟାର୍ଗେଟ କରାଯାଇଥିଲା । ଏହି ଘଟଣାରେ ଏପର୍ଯ୍ୟନ୍ତ ଆକ୍ରମଣକାରୀଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାରେ ଅନ୍ୟ ୨୫ ଜଣ ଆହତ ହୋଇଛନ୍ତି । ପୂଲିସ ଅନୁସାରେ ସ୍ଥାନୀୟ ସମୟ ଅପରାହ୍ନ ୧:୨୦ ସମୟରେ ସ୍କୁଲରେ ଗୁଳିକାଣ୍ଡ ହୋଇଥିବା ଖବର ମିଳିଥିଲା । ଖବର ପାଇବା ପରେ ତୁରନ୍ତ ସତର୍କ ସୂଚନା ଜାରି କରାଯାଇଥିଲା। ପୁଲିସ ଗୁଳିରେ ଜଣେ ଆକ୍ରମଣକାରୀ ନହତ ହୋଇଛନ୍ତି ।

ପୂଲିସ କହିଛି, ପ୍ରାଥମିକ ତଦନ୍ତରୁ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ଏହି ଘଟଣାରେ ଅନ୍ୟ କୌଣସି ବ୍ୟକ୍ତି ସମ୍ପୃକ୍ତ ଅଛନ୍ତି କି ନାହିଁ ତାହାର ତଦନ୍ତ କରାଯାଉଛି। ଆହତଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆସୋସିଏଟେଡ୍ ପ୍ରେସ୍ ଅନୁଯାୟୀ, ପୁଲିସ ପରିସ୍ଥିତି ଉପରେ କଡ଼ା ନଜର ରଖିଛି। ପ୍ରଶାସନ ପକ୍ଷରୁ ଲୋକଙ୍କୁ ଗୁଜବ ପ୍ରତି ଧ୍ୟାନ ନଦେବା ଓ କେବଳ ସରକାରୀ ସୂଚନା ଉପରେ ବିଶ୍ୱାସ କରିବାକୁ ନିବେଦନ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe