କନକ ବ୍ୟୁରୋ: ବଦଳିଲା କାନାଡାର ସ୍ବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ବିରୁଦ୍ଧରେ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛି କାନାଡା। କାନାଡାରେ ହରଦୀପ ସିଂହ ନିଜ୍ଜାର ହତ୍ୟା ସହ ଏକାଧିକ ଅପରାଧିକ କାର୍ୟ୍ୟକଳାପ ସହ ମୋଦି, ଜୟଶଙ୍କର ଏବଂ ଡୋଭାଲଙ୍କ ଲିଙ୍କ୍ ଥିବା ଅଭିଯୋଗ ଆଣିଥିଲା ଜଷ୍ଟିନ ଟ୍ରୁଡୋଙ୍କ ସରକାର।
କାନାଡା ସରକାର ପୁଣି ଥରେ ଭାରତ ଆଗରେ ହାର୍ ମାନିଛି । ହରଦୀପ ସିଂ ନିଜ୍ଜରଙ୍କ ହତ୍ୟା ମାମଲାରେ କାନାଡା ଲଜ୍ଜାର ସମ୍ମୁଖୀନ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ବିରୋଧରେ ଆସିଥିବା ଅଭିଯୋଗ ସହ କୌଣସି ପ୍ରମାଣ ନାହିଁ ବୋଲି ଟ୍ରୁଡୋ ଶେରେ ସ୍ବୀକାର କରିଛନ୍ତି । ଏଥିସହ ଟ୍ରୁଡୋ ସରକାର କହିଛନ୍ତି, ଏପର୍ଯ୍ୟନ୍ତ ଏହାର କୌଣସି ସୂଚନା ନାହିଁ ।
କାନାଡାକୁ ପାନେ ଚଖାଇଲା ଭାରତ
ଦୂତାବାସରେ ବନ୍ଦ କଲା ସରକାରୀ କାର୍ଯ୍ୟକ୍ରମ
ଭାରତ-କାନାଡା ବିବାଦ ଭିତରେ ବଡ ନିଷ୍ପତି ନେଇଛି ଭାରତ । କାନାଡାରେ ଥିବା ଭାରତୀୟ ଦୂତବାସ ସମ୍ବନ୍ଧିତ କାର୍ଯ୍ୟକ୍ରମ ଶିବିର ରଦ୍ଧ କରିବାକୁ ନିଷ୍ପତି ନେଇଛନ୍ତି ସରକାର । ଏହା ପଛରେ ବଡ଼ କାରଣ ଦର୍ଶାଇ ଭାରତ ସରକାର କହିଛନ୍ତି କାନାଡରେ ଭାରତୀୟଙ୍କୁ ସୁରକ୍ଷା ଦେବାରେ ଅସମର୍ଥ ପ୍ରକାଶ କରିଛନ୍ତି ଟ୍ରୁଡୋ ସରକାର । ତେଣୁ ଶିବିର ରଦ୍ଦ କରିବାକୁ ପଡିଛି । ସୂଚନା ଅନୁସାରେ ଟରୋଣ୍ଟୋରେ ଥିବା ୪ହଜାରୁ ଅଧିକ ଭାରତୀୟଙ୍କୁ ସୁରକ୍ଷା ମିଳିପାରୁନି ।
Follow Us