ଆଇବ୍ରୋ ସେଭ୍ କରୁଥିଲେ ଯୁବତୀ : ଫେଲ୍ ହୋଇଗଲା ଲିଭର୍ , ସାମ୍ନାକୁ ଆସିଲା ଛାତି ଥରାଇଦେଲା ଭଳି ଘଟଣା

ବଜେଟ୍ ଫ୍ରେଣ୍ଡଲି ଥିବାରୁ ଯୁବତୀମାନେ ଆଇବ୍ରୋ ସେଭ୍ କରିବାକୁ ପସନ୍ଦ ମଧ୍ୟ କରିଥା’ନ୍ତି । କିନ୍ତୁ କ’ଣ ହେବ ଯେତେବେଳେ ଆପଣ ପାର୍ଲରକୁ ଆଇବ୍ରୋ ସେଭ୍ କରିବାକୁ ଯାଇଥିବେ ଏବଂ ଘରକୁ ଫେରିଲା ବେଳକୁ ଆପଣଙ୍କ ଲିଭର୍ ଫେଲ୍ ହୋଇଯାଇଥିବ ?

EYEBROW SHAVE

EYEBROW SHAVE Photograph: (KanakNews)

କନକ ବ୍ୟୁରୋ : ଶରୀରର ଗଠନ ଓ ସୌନ୍ଦର୍ଯ୍ୟକୁ ଦ୍ବିଗୁଣ କରିବା ପାଇଁ ବର୍ତ୍ତମାନ ଅନେକ ପ୍ରକାର ସର୍ଜରି କରାଯାଉଛି । କିଏ ଛୋଟ ନାକକୁ ପଏଣ୍ଟେଡ୍ କରୁଛନ୍ତି ତ ଆଉ କିଏ ଛୋଟ ଓଠକୁ ଇଞ୍ଜେକ୍ସନ୍ ଦେଇ ବଡ଼ କରୁଛନ୍ତି ଯାହା ତତକ୍ଷଣାତ୍ ନହେଲେ ମଧ୍ୟ ଏହାଇ ପାର୍ଶ୍ବ ପ୍ରତିକ୍ରିୟା କିଛି ସମୟ ପରେ ଶରୀରରେ ଦେଖାଯାଏ । ତେବେ ଏ କେବଳ ସମ୍ଭ୍ରାନ୍ତଶ୍ରେଣୀର ଲୋକଙ୍କ କଥା , ଜଣେ ମଧ୍ୟବିତ୍ତ ପରିବାରର ଝିଅ ପାଇଁ ଏଭଳି ଦାମୀ ସର୍ଜରି କରିବା କାଠିକର ପାଠ । କିନ୍ତୁ ଆଇବ୍ରୋ ସେଭ୍ , ଥ୍ରେଡିଙ୍ଗ୍ ଏସବୁ ବିୟୁଟି ପାର୍ଲରମାନଙ୍କରେ କମ୍ ଦାମରେ କରିହୁଏ । ବଜେଟ୍ ଫ୍ରେଣ୍ଡଲି ଥିବାରୁ ଯୁବତୀମାନେ ଆଇବ୍ରୋ ସେଭ୍ କରିବାକୁ ପସନ୍ଦ ମଧ୍ୟ କରିଥା’ନ୍ତି । କିନ୍ତୁ କ’ଣ ହେବ ଯେତେବେଳେ ଆପଣ ପାର୍ଲରକୁ ଆଇବ୍ରୋ ସେଭ୍ କରିବାକୁ ଯାଇଥିବେ ଏବଂ ଘରକୁ ଫେରିଲା ବେଳକୁ ଆପଣଙ୍କ ଲିଭର୍ ଫେଲ୍ ହୋଇଯାଇଥିବ ? କଥାଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା’ .. ହଁ ପାଠକବନ୍ଧୁ ଘଟଣାଟି ଶୁଣିବାକୁ ଯେତେ ଆଶ୍ଚର୍ଯ୍ୟକର ଲାଗୁଛି ସେଥିରେ ଶତ ପ୍ରତିଶତ ସତ ରହିଛି । 

eyebrow shave
eyebrow shave Photograph: (google)

ସୋସିଆଲ୍ ମିଡିଆରେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ଡାକ୍ତର ଅଦିତି ଧମିଜା ଆଇବ୍ରୋ ସେଭକୁ ନେଇ ସାବଧାନ କରାଇଛନ୍ତି । ସେ କହିଛନ୍ତି ଯଦି ଆପଣ ନିଜ କଲୋନୀ ପାଖ ବିୟୁଟି ପାର୍ଲରରେ ଲଗାତାର ଆଇବ୍ରୋ ସେଭ୍ କରିବାକୁ ଯାଉଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ଏଭଳି କରିବା ଦ୍ବାରା ଆପଣଙ୍କ ଲିଭର୍ ସମସ୍ୟା ବଢ଼ିପାରେ । ଡାକ୍ତର ୨୮ ବର୍ଷିୟା ଜଣେ ଯୁବତୀଙ୍କ କଥା କହି କହିଛନ୍ତି ଯେ ଯୁବତୀ ଆଇବ୍ରୋ ସେଭ୍ ପାଇଁ ପାର୍ଲର ଯାଇଥିଲେ କିନ୍ତୁ ଘରକୁ ଫେରିବା ପରେ ତାଙ୍କୁ ଥକ୍କା ଲାଗିବା ସହ ବାନ୍ତି ଏବଂ ଆଖି ହଳଦିଆ ପଡ଼ିବାକୁ ଲାଗିଥିଲା । ଯେତେବେଳେ ସେ ହସ୍ପିଟାଲ୍ ଗଲେ ଜଣାପଡ଼ିଲା ଯେ ତାଙ୍କର ଲିଭର୍ ଠିକରେ କାମ କରୁନି । ଯୁବତୀଜଣକ ନା ତ ମଦ ପିଉଥିଲେ ଆଉ ନା ହିଁ କିଛି ଔଷଧ ଖାଉଥିଲେ କିନ୍ତୁ ଏତଦବାଦ୍ ମଧ୍ୟ ଲିଭର୍ ସମସ୍ୟା ଦେଖିବାକୁ ମିଳିଲା । ଯାହାର କାରଣ ଡାକ୍ତର ପାର୍ଲରରେ କରାଯାଉଥିବା ଥ୍ରେଡିଙ୍ଗ୍ ରେ ବ୍ୟବହାର ହେଉଥିବା ଅପରିଷ୍କାର ସୂତାକୁ ଦର୍ଶାଇଥିଲେ । ଏହି ସୂତା ଦ୍ବାରା ଆଖି ଉପରେ ଛୋଟ ଛୋଟ କଟ୍ ଲାଗିଗଲା ଏବଂ ରକ୍ତ ଶରୀର ଭିତରକୁ ପ୍ରବେଶ କଲା ଯାହାଦ୍ବାରା ଭାଇରସ୍ ସାରା ଦେହରେ ବ୍ୟାପିଗଲା । ହେପେଟାଇଟିସ୍ ବି ଏବଂ ସି ଭାଇରସ୍ ରକ୍ତ ଜରିଆରେ ବ୍ୟାପେ । 

ତେବେ ସଞ୍ଜିବନୀ ହସ୍ପିଟାଲର ଡାକ୍ତର ଡା.ସନ୍ତୋଷ କୁମାରଙ୍କ କହିବାନୁସାରେ ଆଇବ୍ରୋ ସେଭ୍ ଦ୍ବାରା ଲିଭର୍ ରୋଗ ହୁଏନାହିଁ କିନ୍ତୁ ଯେଉଁ ଉପକରଣ ମାଧ୍ୟମରେ ଆପଣ ଆଇବ୍ରୋ ସେଭ୍ କରାଉଛନ୍ତି ତାହା ଯଦି ପରିଷ୍କାର ନରୁହେ ତା’ହେଲେ ଲିଭର୍ ସମସ୍ୟା ହେବାର ସମ୍ଭାବନା ବଢ଼ିପାରେ । ତେବେ ଆପଣ ବି ଯଦି ଲଗାତାର ଆଇବ୍ରୋ ସେଫ୍ କିମ୍ବା ଥ୍ରେଡିଙ୍ଗ୍ କରାଉଛନ୍ତି ତେବେ ଉପକରଣ ସଫା ଅଛି କି ନାହିଁ ଥରେ ଯାଞ୍ଚ୍ କରି ସେଭ୍ କରାନ୍ତୁ ଏବଂ ସୁରକ୍ଷିତ ରୁହନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe