Photograph: (kanaknews)
କନକବ୍ୟୁରୋ : ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ସରିବ ପ୍ରଚାର । ଦିନ ୪ଟାରୁ ପ୍ରଚାର ବନ୍ଦ ହୋଇଯିବ । ଆଜି ଶେଷ ଦିନ ପ୍ରଚାର ଥିବାରୁ ସବୁ ଦଳ ଓ ପ୍ରାର୍ଥୀମାନେ ଆଜି ଜୋରଦାର ପ୍ରଚାର କରିବେ । ଦିନ ୪ଟାରୁ ଲାଗୁ ହେବ ସାଇଲେନ୍ସ ପିରିୟଡ୍ । ମତଦାନ ପୂର୍ବର ୪୮ ଘଣ୍ଟା ପୂର୍ବ ସମୟ ପାଇଁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।
ଯାହାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ପ୍ରଶାସନକୁ କୁହାଯାଇଛି । ମତଦାନର ୪୮ ଘଣ୍ଟା ପୂର୍ବର ଅବଧି ଅର୍ଥାତ ନୀରବ ଅବଧି, କୌଣସି ରାଜନୈତିକ ପ୍ରଲୋଭନ କିମ୍ବା ପ୍ରଚାର ଦ୍ୱାରା ପ୍ରଭାବିତ ନ ହୋଇ, ଭୋଟରମାନଙ୍କୁ ସେମାନଙ୍କ ମତଦାନର ନିରପେକ୍ଷ ନିଷ୍ପତ୍ତି ନିର୍ଣ୍ଣୟ କରିବା ପାଇଁ ଯୋଗାଇ ଦିଆଯାଇଥାଏ ।
ଅଧିକ ପଢନ୍ତୁ... ରଥଯାତ୍ରା ଦଳାଚକଟା କାର୍ଯ୍ୟାନୁଷ୍ଠାନ: ତଦନ୍ତ ରିପୋର୍ଟରେ ୭ ପୁଲିସ ଅଧିକାରୀଙ୍କୁ ଦୋଷୀ
ନୀରବ ଅବଧି ପୂର୍ବରୁ, ସମସ୍ତ ପ୍ରକାରର ପ୍ରଚାର କାର୍ଯ୍ୟ ସରିବ । ସମସ୍ତ ରାଜନୈତିକ ବ୍ୟକ୍ତିବିଶେଷ ଏବଂ କାର୍ଯ୍ୟକର୍ତ୍ତା, ଯେଉଁମାନଙ୍କୁ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀ ବାହାରୁ ଅଣାଯାଇଥାଏ , ପ୍ରଚାର ଅବଧି ଶେଷ ହେବା ପରେ ସେମାନେ ସେହି ନିର୍ବାଚନ ମଣ୍ଡଳୀରେ ଆଉ ରହି ପାରିବେ ନାହିଁ । ଏହାସହ କଲ୍ୟାଣ ମଣ୍ଡପ କିମ୍ବା କମ୍ୟୁନିଟି ହଲ୍ ଇତ୍ୟାଦିରେ କୌଣସି ବାହାର ଅଞ୍ଚଳର ଲୋକ ରହୁଛନ୍ତି କି ନାହିଁ ତାହା ପୁଲିସ୍ ଯାଞ୍ଚ କରିବ ।
ଲଜ୍ ଓ ଅତିଥି ଗୃହ ଗୁଡ଼ିକର ଅତିଥି ତାଲିକାର ମଧ୍ୟ ଯାଞ୍ଚ କରାଯିବ। ମତଦାନ ଶେଷ ହେବାର ୪୮ ଘଣ୍ଟା ପୂର୍ବରୁ କୌଣସି ସାଧାରଣ ସଭା କିମ୍ବା ଶୋଭାଯାତ୍ରା ଆୟୋଜନ ହେବ ନାହିଁ । ନିର୍ବାଚନ ମଣ୍ଡଳୀରେ କେବଳ ସ୍ଥାନୀୟ ଭୋଟରମାନେ ରହୁଛନ୍ତି କି ନାହିଁ ତାହା ସୁନିଶ୍ଚିତ କରିବା ପାଇଁ ପରିଚୟ ପତ୍ର ଯାଞ୍ଚ କରିବେ ।
ଦିନ ୪ଟାରୁ ଲାଗୁ ହେବ ସାଇଲେନ୍ସ ପିରିୟଡ୍
ମତଦାନ ପୂର୍ବର ୪୮ ଘଣ୍ଟା ପୂର୍ବ ସମୟ ପାଇଁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ
ମତଦାନର ୪୮ ଘଣ୍ଟା ପୂର୍ବର ଅବଧି ଅର୍ଥାତ ନିରବ ଅବଧି
ନିରବ ଅବଧି ପୂର୍ବରୁ, ସମସ୍ତ ପ୍ରକାରର ପ୍ରଚାର କାର୍ଯ୍ୟ ସରିବ
ବାହାରୁ ଆସିଥିବା ରାଜନୈତିକ ବ୍ୟକ୍ତିବିଶେଷ, କାର୍ଯ୍ୟକର୍ତ୍ତା, ପ୍ରଚାର ଅବଧି ଶେଷ ପରେ ଫେରିଯିବେ
କଲ୍ୟାଣ ମଣ୍ଡପ କିମ୍ବା କମ୍ୟୁନିଟି ହଲ୍ ଇତ୍ୟାଦିରେ ବାହାରର ଲୋକ ଅଛନ୍ତି କି ନାହିଁ, ପୁଲିସ୍ ଯାଞ୍ଚ କରିବ
ଲଜ୍ ଓ ଅତିଥି ଗୃହ ଗୁଡ଼ିକର ଅତିଥି ତାଲିକାର ମଧ୍ୟ ଯାଞ୍ଚ କରାଯିବ
ମତଦାନ ଶେଷ ହେବାର ୪୮ ଘଣ୍ଟା ପୂର୍ବରୁ କୌଣସି ସାଧାରଣ ସଭା କିମ୍ବା ଶୋଭାଯାତ୍ରା ଆୟୋଜନ ହୋଇପାରିବ ନାହିଁ
ଅଧିକ ପଢନ୍ତୁ... ମାଡ଼ି ଆସିଲା ଜୁଆର, ଧ୍ବସ୍ତ ହେଲା ୨୨ ବର୍ଷ ତଳେ ତିଆରି ହୋଇଥିବା ଜେଟି
ସେପଟେ ଶନିବାର ଦ୍ବିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡ଼ାରେ ନିର୍ବାଚନ ପ୍ରଚାର କରିଛନ୍ତି। ମୁଖ୍ୟମନ୍ତ୍ରୀ ବିମାନରେ ଆସି ଗୋତମା ଏୟାର୍ଷ୍ଟ୍ରିପ୍ରେ ପହଞ୍ଚିବା ପରେ ହେଲିକପ୍ଟରରେ ସୁନାବେଡ଼ା ଅଞ୍ଚଳକୁ ଯାଇଥିଲେ । ସେଠାରେ ଥିବା ମା’ ସୁନାଦେଈଙ୍କ ଦର୍ଶନ କରି ମୁଖ୍ୟମନ୍ତ୍ରୀ ଏକ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଲେ, ୨୪ ବର୍ଷ ଧରି ବିଜେଡି ଶାସନରେ ରହିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନାବେଡ଼ାକୁ ଆସିଥିଲେ କି ?
ଅଧିକ ପଢନ୍ତୁ.. କେନ୍ଦୁଝରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ, ଜାତୀୟ ରାଜପଥ କଡ଼ରେ ଜମି ରହୁଛି କୁଢ଼ କୁଢ଼ ଅଳିଆ ଆବର୍ଜନା
ହେଲେ ଓଡ଼ିଶାରେ ବିଜେପି ସରକାର ହେବାପରେ ସୁନାବେଡ଼ା ଅଞ୍ଚଳରେ ବସବାସ କରୁଥିବା ଚକୋଟିଆ ଭୁଞ୍ଜିଆ ସଂପ୍ରଦାୟର ସମସ୍ୟା ବୁଝିବାକୁ ଏଠାକୁ ଟାଣିହୋଇ ଆସିଲି। ଏହି ଅଞ୍ଚଳର ବିକାଶକୁ ଆଗକୁ ନେବା ପାଇଁ ଏହି ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଭୋଟ ଦେବାକୁ ସେ ଅନୁରୋଧ କରିଥିଲେ ।
ମାଓପ୍ରବଣ ଅଞ୍ଚଳ ହୋଇଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ପରେ ମୁଖ୍ୟମନ୍ତ୍ରୀ ନୂଆପଡ଼ା ସର୍କିଟ ହାଉସସ୍ଥିତ ହେଲିପ୍ୟାଡ୍ରେ ଓହ୍ଲାଇ ଏକ ରୋଡ୍ସୋ’ରେ ବାହାରିଥିଲେ। ବିଭିନ୍ନ ଛକରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରାଯାଇଥିଲା। ନୂଆପଡ଼ା ଏକତା ଛକଠାରେ ମଧ୍ୟ ଉପସ୍ଥିତ ଜନସାଧାରଣଙ୍କୁ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ଦେବାକୁ ନିବେଦନ କରିଥିଲେ ।
ଏଠାରେ ମଧ୍ୟ ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଥିଲେ। ଶ୍ରୀ ମାଝୀ କହିଥିଲେ, ଏହି ଏକତା ଛକଠାରେ ଗତକାଲି ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ଅନେକ କଥା କହିକି ଗଲେ। ଗତ ୨୪ ବର୍ଷ ଧରି ବିଜେଡି ସରକାରଙ୍କୁ ଓଡ଼ିଶାବାସୀ ଦାୟିତ୍ବ ଦେଇଥିଲେ। ଓଡ଼ିଶାବାସୀ ଆଶା କରିଥିଲେ ଯେ ଓଡ଼ିଶାର ବିକାଶ ଓ ପ୍ରଗତି ସହ ଆଦିବାସୀଙ୍କ ବିକାଶ ହେବ। କିନ୍ତୁ ସେ ଲୋକଙ୍କ ଭାବନାକୁ ବୁଝିପାରି ନଥିଲେ
Follow Us