କନକ ବ୍ୟୁରୋ: ଝାଡଖଣ୍ଡ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଆଦିବାସୀ ଭୋଟ ଉପରେ ଅଧିକ ଗୁରୁତ୍ୱ ରହିଛି । ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ମୋଟ ୨୮ଟି ଆସନରୁ ଆଜି ୨୦ ଆସନରେ ମତଦାନ ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍‌, ଓଡ଼ିଶାର ରାଜ୍ୟପାଳଙ୍କ ବୋହୂ ପୂର୍ଣ୍ଣିମା ଦାସ, ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର, ରାଜ୍ୟସଭା ସାଂସଦ ମହୁଆ ମାଝୀଙ୍କ ଭଳି ହେଭିୱେଟ ନେତାଙ୍କ ଭାଗ୍ୟ ପରୀକ୍ଷା ହେବାର ଅଛି । ପ୍ରଥମ ପର୍ଯ୍ୟାୟର ମୋଟ ୪୩ ଆସନରୁ ବିଶେଷକରି ୬ଟି ଆସନରେ କଡା ଟକ୍କର ହେବ ବୋଲି କୁହାଯାଉଛି ।

Advertisment

ଜାମସେଦପୁର(ପୂର୍ବ)
ପୁର୍ଣ୍ଣିମା ଦାସ ସାହୁ ବନାମ ଅଜୟ କୁମାର
ଓଡ଼ଶା ରାଜ୍ୟପାଳ ରଘୁବର ଦାସଙ୍କ ବୋହୁ ପୁର୍ଣ୍ଣିମା ଦାସ ସାହୁ
ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଛନ୍ତି ଅଜୟ କୁମାର

ଜାମସେଦପୁର(ପଶ୍ଚିମ)
ବାଣା ଗୁପ୍ତା ବନାମ ସରାୟୁ ରାଏ
ବାଣା ଗୁପ୍ତା ଏବେ ଝାଡ଼ଖଣ୍ଡ ସରକାରରେ ସ୍ବାସ୍ଥ୍ୟମନ୍ତ୍ରୀ ଅଛନ୍ତି

ରାଞ୍ଚି
ମହୁଆ ମାଝୀ ବନାମ ସିପି ସିଂହ
ମହୁଆ ମାଝୀ ଏବେ ରାଜ୍ୟସଭା ସାଂସଦ ଅଛନ୍ତି

ଜଗନ୍ନାଥପୁର
ଗୀତା କୋଡା ବନାମ ସୋନାରାମ ସିଙ୍କୁ
ଗୀତା କୋଡା ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ

ଝାଡଖଣ୍ଡର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ଆଦିବାସୀ ଭୋଟ ଉପରେ ସବୁ ରାଜନୈତିକ ଦଳଙ୍କ ନଜର  ରହିଛି । କାରଣ ମୋଟ ୮୧ ଆସନରୁ ଅନୁସୂଚିତ ଜନଜାତି ପାଇଁ ୨୮ଟି ଆସନ ସଂରକ୍ଷିତ ଅଛି । ସେଥିରୁ ପ୍ରଥମ ପର୍ଯ୍ୟାୟରେ ୨୦ଟିରେ ମତଦାନ ଅନୁଷ୍ଠିତ ହୋଇଛି । ୨୦୧୯ରେ ୨୮ଟି ଏସଟି ଆସନରୁ ମାତ୍ର ୨ଟିରେ ବିଜୟୀ ହୋଇଥିଲା ବିଜେପି । କିନ୍ତୁ ଏଥର  ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏଏମ ନେତା ଚମ୍ପାଇ ସୋରେନ ଜେଏମଏମ ପାଇଁ କଣ୍ଟା ସାଜିପାରନ୍ତି । ପ୍ରଥମ ପର୍ଯ୍ୟାୟରେ ଚମ୍ପାଇଙ୍କ ସମେତ ଅନେକ ହେଭିୱେଟ୍ ନେତା ମଇଦାନରେ ଅଛନ୍ତି । ବିଶେଷକରି ଶରେଇକଳା, ରାଞ୍ଚି, ପୂର୍ବ ଜାମସେଦପୁର, ପଶ୍ଚିମ ଜାମସେଦପୁର, ଜଗନ୍ନାଥପୁର, ଚକ୍ରଧରପୁର ଆସନରେ ବିଜେପି ଏବଂ ଜେଏମ୍‌ଏମ୍‌ ମଧ୍ୟରେ କଡା ଟକ୍କର ହେବ ବୋଲି କୁହାଯାଉଛି ।

ଶଢ଼େଇକଳା
ଚମ୍ପାଇ ସୋରେନ୍‌ ବନାମ ଗଣେଶ ମାହାଲି
ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍‌ ଏଥର ବିଜେପିରୁ ନିର୍ବାଚନ ଲଢୁଛନ୍ତି
ନିର୍ବାଚନର କିଛି ମାସ ପୂର୍ବରୁ ସେ ଜେଏମଏମ ଛାଡି ବିଜେପିରେ ମିଶିଥିଲେ

ଜାମସେଦପୁର(ପୂର୍ବ)
ପୁର୍ଣ୍ଣିମା ଦାସ ସାହୁ ବନାମ ଅଜୟ କୁମାର
ଓଡ଼ଶା ରାଜ୍ୟପାଳ ରଘୁବର ଦାସଙ୍କ ବୋହୁ ପୁର୍ଣ୍ଣିମା ଦାସ ସାହୁ
ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଛନ୍ତି ଅଜୟ କୁମାର

ଜାମସେଦପୁର(ପଶ୍ଚିମ)
ବାଣା ଗୁପ୍ତା ବନାମ ସରାୟୁ ରାଏ
ବାଣା ଗୁପ୍ତା ଏବେ ଝାଡ଼ଖଣ୍ଡ ସରକାରରେ ସ୍ୱାସ୍ଥ୍ୟମନ୍ତ୍ରୀ ଅଛନ୍ତି

ରାଞ୍ଚି
ମହୁଆ ମାଝୀ ବନାମ ସିପି ସିଂହ
ମହୁଆ ମାଝୀ ଏବେ ରାଜ୍ୟସଭା ସାଂସଦ ଅଛନ୍ତି

ଜଗନ୍ନାଥପୁର
ଗୀତା କୋଡା ବନାମ ସୋନାରାମ ସିଙ୍କୁ
ଗୀତା କୋଡା ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡାଙ୍କ ପତ୍ନି
ହେମନ୍ତ, ଚମ୍ପାଇଙ୍କ ପାଇଁ ସମ୍ମାନର ପ୍ରଶ୍ନ
         ଆଦିବାସୀ ଭୋଟ ଉପରେ ବିଜେପିର ଆଖି

ଏଥର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଏବଂ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପାଇଁ ଏହି ନିର୍ବାଚନ ବହୁ ଗୁରୁତ୍ୱ ବହନ କରୁଛି । ଜମି ଦୁନୀତି ମାମଲାରେ ଇଡି ଦ୍ୱାରା ଗିରଫ ହୋଇ କିଛି ମାସ ତଳେ ଜେଲ ଯାଇଥିଲେ ହେମନ୍ତ ସୋରେନ । ପୁଣି ଥରେ ସରକାରକୁ ଫେରି ନିଜର ଦବଦବା ଜାହିର କରିବାକୁ ଚେଷ୍ଟା ଚଳାଇଛନ୍ତି । ସେପଟେ ଦଳରେ ଅଣଦେଖା ପରେ ବିଜେପିରେ ମିଶିଥିବା ଚମ୍ପାଇ ସୋରେନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ ଏ ନିର୍ବାଚନ ଫଳାଫଳ । ଆଦିବାସୀ ଭୋଟ କମିବାରୁ ବିଜେପି ଗତ ଲୋକସଭା ନିର୍ବାଚନ ଏବଂ ବିଧାନସଭା ନିର୍ବାଚନରେ ବିଜେପି ଆସନ ସଂଖ୍ୟା ପୂର୍ବ ନିବାଚନ ତୁଳନାରେ କମିଛି । ତେଣୁ ଏଥର ଆଦିବାସୀ ଭୋଟ ହାତେଇବାକୁ ବିଜେପି ରଣନୀତି ପ୍ରସ୍ତୁତ କରିଛି ।