ସରିଲା ନିର୍ବାଚନୀ ପ୍ରଚାର । ଶେଷ ଦିନରେ ମାଗିଲେ ଭୋଟ ହେଭିୱେଟ ନେତା ।

ବୁଧବାର ଝାଡଖଣ୍ଡରେ ୨ୟ ପର୍ଯ୍ୟାୟ ଓ ମହାରାଷ୍ଟ୍ରରେ ପ୍ରଥମ ପର୍ଯ୍ୟାୟ ଭୋଟ । ଆଜି ଥିଲା ପ୍ରଚାରର ଶେଷ ଦିନ । ଦଳଗୁଡିକର ହେଭିୱେଟ ନେତା ନିଜ ନିଜର ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରିଛନ୍ତି

MAHARASHTRA AND JHARKHAND

କନକ ବ୍ୟୁରୋ: ବୁଧବାର ଝାଡଖଣ୍ଡରେ ୨ୟ ପର୍ଯ୍ୟାୟ ଓ ମହାରାଷ୍ଟ୍ରରେ ପ୍ରଥମ ପର୍ଯ୍ୟାୟ ଭୋଟ । ଆଜି ଥିଲା ପ୍ରଚାରର ଶେଷ ଦିନ । ଦଳଗୁଡିକର ହେଭିୱେଟ ନେତା ନିଜ ନିଜର ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରିଛନ୍ତି ଶେଷ ଦିନରେ ବିଜେପି, କଂଗ୍ରେସ ଓ ଜେଏମଏମ ତରଫରୁ ଜୋରଦାର ପ୍ରଚାର କରାଯାଇଛି । ଏହି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଦେଶ ମହତୋ ଭଳି ବରିଷ୍ଠ ନେତା ଭାଗ୍ୟ ପରୀକ୍ଷା କରିବେ । କଳ୍ପନା ସୋରେନ, ସୀତା ସୋରେନଙ୍କ ଛଡା ମୈଦାନରେ ଅଛନ୍ତି ୧୧ ଜଣ ପୂର୍ବତନ ମନ୍ତ୍ରୀ ।  

ନଭେମ୍ୱର ୨୦ ତାରିଖରେ ୩୮ ଆସନରେ ଭୋଟ ହେବାକୁ ଥିବା ବେଳେ ମୈଦାନରେ ଅଛନ୍ତି ୫୨୮ ଜଣ ପ୍ରାର୍ଥୀ। ଆଜି ପ୍ରଚାରର ଶେଷ ଦିନରେ ସମସ୍ତ ରାଜନୈତିକ ଦଳ ଧୂଆଁଧାର ପ୍ରଚାର କରି ଶେଷ ମୁହୂର୍ତ୍ତରେ ଭୋଟରଙ୍କ ମନ ଜିଣିବାକୁ ଉଦ୍ୟମ କରିଛନ୍ତି । ସେପଟେ ମହାରାଷ୍ଟ୍ରରେ ମଧ୍ୟ ଆଜି ପ୍ରଚାର ଶେଷ ହୋଇଛି । ଇଣ୍ଡି ମେଣ୍ଟ ଓ ଏନଡିଏ ମେଣ୍ଟ ପକ୍ଷରୁ ପ୍ରଚାରର ଶେଷ ଦିନରେ ଜୋରଦାର ବୟାନବାଜି ଦେଖିବାକୁ ମିଳିଛି । ସେହିପରି ଉଭୟ ଦଳର ପ୍ରାର୍ଥୀ ବିଶାଳ ରାଲି, ରୋଡ ସୋ ଓ ପ୍ରଚାର ସଭା କରି ଭୋଟ ମାଗିଛନ୍ତି । ମହାରାଷ୍ଟ୍ରରେ ବୁଧବାର ୨୮୮ଆସନରେ ଭୋଟ ଗ୍ରହଣ କରାଯିବ ।  

ସେପଟେ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିର୍ବାଚନୀ ନାରାକୁ ନେଇ ମୋଦିଙ୍କୁ କଡା ଆକ୍ରମଣ କରିଛନ୍ତି । ମୋଦିଙ୍କ ନାରା, ‘ଏକ ହେ ତୋ ସେଫ ହେ’ କୁ କଟାକ୍ଷ କରି, ବାସ୍ତବରେ ଏହାର ଅର୍ଥ କ’ଣ ବୁଝାଇଛନ୍ତି । ଏହି ନାରାକୁ ଧାରାବି ପ୍ରୋଜେକ୍ଟ ଏବଂ ଗୌତମ ଆଦାନୀ ସହ ଯୋଡି ବିଜେପିକୁ ଘେରିଛନ୍ତି । ଆଜି ଏହାକୁ ନେଇ ରାହୁଲ ପ୍ରେସମିଟ୍ କରିଥିବା ବେଳେ ସାଙ୍ଗରେ ଏକ ବାକ୍ସ ନେଇକରି ଆସିଥିଲେ । ପ୍ରେସ ଆଗରେ ବାକ୍ସଟିକୁ ଖୋଲି ସେଥିରୁ ଦୁଇଟି ଫଟୋ ବାହାର କରିଥିଲେ । ଗୋଟେ ପୋଷ୍ଟରରେ ମୋଦିଙ୍କ ସହ ଆଦାନୀ ଫଟୋ ରହିଥିବା ବେଳେ ସେଥିରେ ‘ଏକ ହେ ତୋ ସେଫ ହେ’ ଲେଖାଥିଲା । ଆଉ ଏକ ପୋଷ୍ଟରରେ ଧାରାବି ପ୍ରୋଜେକ୍ଟର ନକ୍ସା ଦେଖେଇଥିଲେ ରାହୁଲ । ମୋଦି ଆଦାନୀ ସଂପର୍କ ନେଇ ଧାରାବୀ ପ୍ରୋଜେକ୍ଟ ଉପରେ ପ୍ରଶ୍ନ ଉଠାଇଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe