ମଦ ବିରୋଧୀ ଅଭିଯାନ ଆରମ୍ଭ : ଶୋଭାଯାତ୍ରାରେ ବାହାରିଲେ ଶହ ଶହ ଲୋକ

ଅତି ସହଜରେ ଓ ହାତ ପାହାନ୍ତାରେ ମଦ ମିଳୁଥିବାରୁ ମଦ୍ୟପାନ କରି ରାସ୍ତାରେ ହଙ୍ଗାମା କରୁଛନ୍ତି ଲୋକ । ଘରେ ଘରେ ଅଶାନ୍ତିର ବାତାବରଣ ଖେଳାଉଥିବା ଏହି ମଦକୁ ବିରୋଧ କରି ଅଭିଯାନ ଆରମ୍ଭ କରିଛନ୍ତି ଏଠାକାର ଲୋକ । 

ଅଦ୍ୟତନ ହୋଇଛି
Liquor Free

Liquor Free Photograph: (Kanak News)

କନକ ବ୍ୟୁରୋ : ଗାଁଠୁ ସହର ସବୁଠି ମଦୁଆଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଅତି ସହଜରେ ଓ ହାତ ପାହାନ୍ତାରେ ମଦ ମିଳୁଥିବାରୁ ମଦ୍ୟପାନ କରି ରାସ୍ତାରେ ହଙ୍ଗାମା କରୁଛନ୍ତି ଲୋକ । ଘରେ ଘରେ ଅଶାନ୍ତିର ବାତାବରଣ ଖେଳାଉଥିବା ଏହି ମଦକୁ ବିରୋଧ କରି ଅଭିଯାନ ଆରମ୍ଭ କରିଛନ୍ତି ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାର ଲୋକ । 

ଆରମ୍ଭ ହୋଇଛି ମଦ ବିରୋଧୀ ଅଭିଯାନ । ମଦ ବନ୍ଦ କରିବା ଦାବିରେ ଚାଲିଛି ଶୋଭାଯାତ୍ରା । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାରେ ଏହି ଶୋଭାଯାତ୍ରା ବାହାରିଥିଲା । ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତାଙ୍କ ନେତୃତ୍ବରେ ଏହି ରାଲି ବାହାରିଛି । ଶହ ଶହ ମହିଳା ଓ ପୁରୁଷ କଂଗ୍ରେସର ପତାକା ଧରି ଶୋଭାଯାତ୍ରାରେ ବାହାରିଛନ୍ତି । ଅଞ୍ଚଳକୁ ସମ୍ପୂର୍ଣ୍ଣ ମଦ ବନ୍ଦ କରିବା ପାଇଁ ଦାବି କରାଯାଇଛି । ଆୟୋଜିତ ଶୋଭାଯାତ୍ରାରେ ରାୟଗଡ଼ା ବିଧାୟକ ଆପାଲା ସ୍ୱାମୀ କାଡ୍ରାକା ମଧ୍ୟ ସାମିଲ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe