କନକ ବ୍ୟୁରୋ : ଗାଁଠୁ ସହର ସବୁଠି ମଦୁଆଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଅତି ସହଜରେ ଓ ହାତ ପାହାନ୍ତାରେ ମଦ ମିଳୁଥିବାରୁ ମଦ୍ୟପାନ କରି ରାସ୍ତାରେ ହଙ୍ଗାମା କରୁଛନ୍ତି ଲୋକ । ଘରେ ଘରେ ଅଶାନ୍ତିର ବାତାବରଣ ଖେଳାଉଥିବା ଏହି ମଦକୁ ବିରୋଧ କରି ଅଭିଯାନ ଆରମ୍ଭ କରିଛନ୍ତି ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାର ଲୋକ ।
ଆରମ୍ଭ ହୋଇଛି ମଦ ବିରୋଧୀ ଅଭିଯାନ । ମଦ ବନ୍ଦ କରିବା ଦାବିରେ ଚାଲିଛି ଶୋଭାଯାତ୍ରା । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାରେ ଏହି ଶୋଭାଯାତ୍ରା ବାହାରିଥିଲା । ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତାଙ୍କ ନେତୃତ୍ବରେ ଏହି ରାଲି ବାହାରିଛି । ଶହ ଶହ ମହିଳା ଓ ପୁରୁଷ କଂଗ୍ରେସର ପତାକା ଧରି ଶୋଭାଯାତ୍ରାରେ ବାହାରିଛନ୍ତି । ଅଞ୍ଚଳକୁ ସମ୍ପୂର୍ଣ୍ଣ ମଦ ବନ୍ଦ କରିବା ପାଇଁ ଦାବି କରାଯାଇଛି । ଆୟୋଜିତ ଶୋଭାଯାତ୍ରାରେ ରାୟଗଡ଼ା ବିଧାୟକ ଆପାଲା ସ୍ୱାମୀ କାଡ୍ରାକା ମଧ୍ୟ ସାମିଲ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/06/02/BCGa3jSRt5CvheyNV0Uw.jpg)